ଓଡ଼ିଶାଲାଇଭ୍ ବ୍ୟୁରୋ

ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ନିକଟରେ କ୍ୟାନ୍ସରରୁ ସୁସ୍ଥ ହୋଇଛନ୍ତି। କିନ୍ତୁ ଏବେବି ସଞ୍ଜୟଙ୍କ ସ୍ଵାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ଭାବେ ଠିକ୍ ହୋଇନାହିଁ। ଏଭଳି ଅବସ୍ଥାରେ ସଞ୍ଜୟ ଆକ୍ସନ ସିନ୍ କରିପାରିବେ ନାହିଁ ବୋଲି ଜଣାପଡ଼ିଛି। ତେଣୁ ତାଙ୍କ ଆଗାମୀ ଫିଲ୍ମଗୁଡ଼ିକରେ ଅନେକ ପରିବର୍ତ୍ତନ କରାଯାଇପାରେ ବୋଲି କୁହାଯାଉଛି।

ସଞ୍ଜୟ ଦତ୍ତଙ୍କ ଆଗାମୀ ଫିଲ୍ମ ‘ପୃଥ୍ଵୀରାଜ’ ଓ ‘କେଏଫ୍‌ଜି୨’ରେ ଅନେକ ପରିବର୍ତ୍ତନ କରାଯିବ ବୋଲି ଜଣାପଡ଼ିଛି। ଏହି ଦୁଇଟି ଫିଲ୍ମରେ ସଞ୍ଜୟଙ୍କର ଦମ୍‌ଦାର୍ ଆକ୍ସନ ସିନ୍ ରହିଥିଲା। ସମ୍ପୂର୍ଣ୍ଣ ଭାବେ ଫିଟ୍ ରହିଲେ ହିଁ ଏହି ସବୁ ସିନ୍ କରାଯାଇପାରିବ। କିନ୍ତୁ ଏବେ ସଞ୍ଜୟ ଏହି ସିନ୍ କରିବାକୁ ଫିଟ୍ ହୋଇନାହାନ୍ତି। ତେଣୁ ଏହି ଦୁଇ ଫିଲ୍ମରେ କିଛି ଜରୁରୀ ପରିବର୍ତ୍ତନ କରାଯାଇପାରେ ବୋଲି କୁହାଯାଉଛି।‘କେଏଫ୍‌ଜି୨’ରେ ସଞ୍ଜୟଙ୍କ ସହ କାମ କରୁଥିବା ୟଶ କହିଛନ୍ତ, “ସଞ୍ଜୟଙ୍କ ସ୍ଵାସ୍ଥ୍ୟ ସବୁଠୁ ବେଶି ଗୁରୁତ୍ଵପୂର୍ଣ୍ଣ। ସେ ସୁସ୍ଥ ହେବା ଯାଏଁ ଆମେ ଅପେକ୍ଷା କରିଥିଲୁ। ଏବେ ସେ କ୍ୟାନ୍ସରରୁ ସୁସ୍ଥ ହୋଇଛନ୍ତି। ତେବେ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଅନୁସାରେ ହିଁ ଆମେ କାମ କରିବୁ।”

ସେହିପରି ସଞ୍ଜୟଙ୍କ ଆଗାମୀ ଫିଲ୍ମ ‘ପୃଥ୍ଵୀରାଜ’ରେ ମଧ୍ୟ ଅନେକ ଆକ୍ସନ ସିନ୍‌କୁ ବାଦ୍ ଦିଆଯାଇପାରେ। ଏହି ଫିଲ୍ମରେ ସଞ୍ଜୟଙ୍କୁ ଘୋଡ଼ାସବାରିଠାରୁ ଆରମ୍ଭ କରି ତଲଓ୍ଵାରଚାଳନା ପର୍ଯ୍ୟନ୍ତ ଅନେକ ଆକ୍ସନ ସିନ୍ କରିବାର ଥିଲା। କିନ୍ତୁ ତାଙ୍କ ସ୍ଵାସ୍ଥ୍ୟାବସ୍ଥାକୁ ଦେଖି ଫିଲ୍ମରେ କିଛି ସିନ୍ ବାଦ୍ ଦିଆଯାଇପାରେ ବୋଲି ଜଣାପଡ଼ିଛି।

Comment