ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିନକ ପରେ ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ। ଏହା ପୂର୍ବରୁ ପ୍ରସ୍ତୁତି ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି।

ନଭେମ୍ବର ୩ରେ ଭୋଟ ପଡିବାକୁ ଥିବା ବେଳେ କରୋନା କଟକଣା ଭିତରେ ଭୋଟ ଗ୍ରହଣ କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।

ସାମାଜିକ ଦୂରତା ନିୟମ ମାନି ମତଦାନ କରାଯିବ ବୋଲି ନିର୍ବାଚନ ଅଧିକାରୀ କହିଛନ୍ତି। ବାହାର ଲୋକ ନିର୍ବାଚନ ମଣ୍ଡଳରେ ରହି ପାରିବେ ନାହିଁ। ବାଲେଶ୍ୱରରେ ୩୪୬ ପୋଲିଂ ପାର୍ଟି, ତିର୍ତ୍ତୋଲରେ ୩୭୩ ପୋଲିଂ ପାର୍ଟି, ପ୍ରତି ବୁଥ୍‌ରେ ଜଣେ ଆଶାକର୍ମୀ, ସ୍ୱେଚ୍ଛାସେବୀ ନିୟୋଜିତ ହେବେ।

ଭୋଟର କିପରି କୋଭିଡ ନିୟମ ପାଳନ କରିବେ ତା’ ଉପରେ ଆଶାକର୍ମୀ ଏବଂ ସ୍ୱେଚ୍ଛାସେବୀ ନଜର ରଖିବେ।  ଏଥିସହିତ ପ୍ରତି ଭୋଟରଙ୍କୁ ମାସ୍କ ଓ ଗ୍ଲୋବ୍ସ, ସାନିଟାଇଜର ଦିଆଯିବ ବୋଲି ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।

ଅନ୍ୟପଟେ ବର୍ତ୍ତମାନ ଯାଏଁ ନିୟମ ଉଲ୍ଲଘଂନ ନେଇ ୨ଟି ଯାକ ନିର୍ବାଚନ ମଣ୍ଡଳୀର ୫୨ଟି ମାମଲା ରୁଜୁ ହୋଇଛି। ୧୧,୨୦୫ ଲିଟର ମଦ ଜବତ ହୋଇଛି। ଜବତ ମଦର ମୂଲ୍ୟ ପାଖାପାଖି ୧୭ ଲକ୍ଷ ୩୦ ହଜାର ଟଙ୍କା ହେବ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।

Comment