ଓଡ଼ିଶାଲାଇଭ୍ ବ୍ୟୁରୋ

କଙ୍ଗନାଙ୍କ ବିରୋଧରେ ମାନହାନି ମକଦ୍ଦମା ଦାଏର କଲେ ବଲିଉଡର ଜଣାଶୁଣା ଲେଖକ ତଥା ଗୀତିକାର ଜାଭେଦ ଅଖତର। କଙ୍ଗନା ଜାଣିଶୁଣି ତାଙ୍କ ପ୍ରତିଛବି ଖରାପ କରିବାକୁ ଚେଷ୍ଟା କରୁଛନ୍ତି। ତେଣୁ ବାଧ୍ୟ ହୋଇ ଶେଷରେ ସେ ମାନହାନି ମକୋଦ୍ଦମା ଦାଏର କରିଛନ୍ତି ବୋଲି ଜାଭେଦ ଅଖତର କହିଛନ୍ତି।

କଙ୍ଗନା ରଣାୱତ ଗତ ଏକ ବର୍ଷ ହେଲା ଲଗାତାର ଭାବେ ଜାଭେଦ ଅଖତରଙ୍କୁ ନେଇ ଟେଲିଭିଜନରେ ଟିପ୍ପଣୀ ରଖି ଆସୁଛନ୍ତି। ଏପରିକି ସୋସିଆଲ୍ ମିଡିଆରେ ମଧ୍ୟ କଙ୍ଗନା, ଜାଭେଦଙ୍କ ବିରୋଧରେ ଅନେକ ଲେଖା ଲେଖିଛନ୍ତି। ଯାହାଦ୍ୱାରା ସମାଜରେ ଜାଭେଦଙ୍କ ପ୍ରତିଛବି ଖରାପ ହେଉଛି ବୋଲି କୁହାଯାଇଛି।କଙ୍ଗନାଙ୍କ ଏକ ଇଣ୍ଟରଭ୍ୟୁ ଦେଇ କହିଥିଲେ ଯେ, ଦିନେ ଜାଭେଦ ଅଖତର ତାଙ୍କୁ ତାଙ୍କ ଘରକୁ ଡକାଇଥିଲେ। ଏହାପରେ ସେ କଙ୍ଗନାଙ୍କୁ ରାକେଶ ରୋଶନ ଏବଂ ହ୍ରିତିକଙ୍କ ବିରୋଧରେ କିଛି କହିବାକୁ ମନା କରିଥିଲେ। ଯଦି ତାଙ୍କ ବିରୋଧରେ ସେ କହିବେ ତେବେ ତାଙ୍କୁ ଭବିଷ୍ୟତରେ ବହୁତ ଅସୁବିଧା ହେବ। ଯାହାଦ୍ୱାରା ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ ବୋଲି ଜାଭେଦ୍ ତାଙ୍କୁ କହିଥିଲେ।

କଙ୍ଗନାଙ୍କ ଏହି କଥାକୁ ନେଇ ବିବାଦ ଦେଖାଦେଇଛି। ଜାଭେଦ ଅଖତର ଏହି କଥା ଉପରେ ପ୍ରତିକ୍ରିୟ ପ୍ରକାଶ କରି ତାଙ୍କ ବିରୋଧରେ ମାନହାନି ମକଦ୍ଦମା ଦାଏର କରିଛନ୍ତି।

Comment