ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଏସ୍‌.କେ ଚାଟାର୍ଜୀଙ୍କର ପରଲୋକ ଘଟିଛି। ଶନିବାର ରାତିରେ ନୂଆଦିଲ୍ଲୀରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ପୋଲିସ ଡିଜି ଅଭୟ ରବିବାର ଏକ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି।

ସ୍ଵର୍ଗତ ଚାଟାର୍ଜୀ ହେଉଛନ୍ତି ୧୯୬୬ ବ୍ୟାଚ୍ ଆଇପିଏସ ଅଫିସର। ସେ ୧୩ ମାସ କାଳ ପୋଲିସ ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ। ଶ୍ରୀ ଚାଟାର୍ଜୀ ୨୦୦୧ ଏପ୍ରିଲ ୩୦ରେ ଡିଜିପି ପଦରୁ ଅବସର ଗ୍ରହଣ କରିଥିଲେ। ତାଙ୍କ ପୂର୍ବରୁ ବନ ବିହାରୀ ପଣ୍ଡା ପୋଲିସ ଡିଜି ଥିଲେ।

Comment