ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

୨୦୧୫ରେ ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ବଜରଙ୍ଗୀ ଭାଇଜାନ’ର ମୁନି ସମସ୍ତଙ୍କର ନିଶ୍ଚୟ ମନେ ଥିବେ। ଫିଲ୍ମରେ ତାଙ୍କର ଚୁଲବୁଲି ଚେହେରା ଓ ସୁନ୍ଦର ଅଭିନୟ ପାଇଁ ସମସ୍ତେ ତାଙ୍କୁ ପସନ୍ଦ କରିଥିଲେ। ତେବେ ମୁନି ଚରିତ୍ର କରିଥିବା ଏହି ଶିଶୁ କଳାକାର ହେଲେ ହର୍ଷଲି ମଲହୋତ୍ରା। ଗତ ୫ ବର୍ଷ ମଧ୍ୟରେ ସେ ବହୁତ ବଦଳିଗଲେଣି। ତାଙ୍କ ଲୁକ୍‌ ଓ ଷ୍ଟାଇଲରେ ପରିବର୍ତ୍ତନ ଆସିଛି।

ଏବେ ହର୍ଷଲି ଫିଲ୍ମରୁ ଦୂରେଇ ପାଠପଢ଼ାରେ ବ୍ୟସ୍ତ ଅଛନ୍ତି। ଫିଲ୍ମରୁ ଦୂରେଇ ଥିଲେ ବି ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ଅଛନ୍ତି। ଦୀପାବଳି ଅବସରରେ ସେ ତାଙ୍କର ନୂଆ ଫଟୋ ସେୟାର କରିଛନ୍ତି। ସୋସିଆଲ ମିଡିଆରେ ଏବେ ଏହି ଫଟୋ ଭାଇରାଲ ହୋଇଛି। ଫଟୋରେ ସେ ଏକ ନାଲି ସାଲଓ୍ୱାର ପିନ୍ଧିଥିବା ଦେଖିବାକୁ ମିଳିଛି।

ବଜରଙ୍ଗୀ ଭାଇଜାନରେ ସଲମାନଙ୍କ ପରେ ମୁନି ଅର୍ଥାତ ହର୍ଷଲିଙ୍କର ମୁଖ୍ୟ ଚରିତ୍ର ଥିଲା। ସେ ହିଁ ଫିଲ୍ମର କେନ୍ଦ୍ରବିନ୍ଦୁ ଥିଲେ। ଏହି ଫିଲ୍ମରେ ଜଣେ ଗୁଙ୍ଗି ଝିଅ ଚରିତ୍ରରେ ସେ ଅଭିନୟ କରିଥିଲେ।

ହର୍ଷଲି ଫିଲ୍ମ ବ୍ୟତୀତ କିଛି ଟିଭି ସିରିଏଲରେ ବି କାମ କରିଛନ୍ତି। ଅଭିନୟ ଛଡ଼ା ସେ ଗୀତ ମଧ୍ୟ ଗାଆନ୍ତି। ସୁପରଷ୍ଟାର ହେବାକୁ ଲକ୍ଷ୍ୟ ରଖିଥିବା ହର୍ଷଲି ଇନଷ୍ଟଗ୍ରାମରେ ବେଶ୍‌ ଆକ୍ଟିଭ୍‌ ଥାଆନ୍ତି।

ବଜରଙ୍ଗୀ ଭାଇଜାନ ପରେ ହର୍ଷଲି ଆଉ ଏକ ଫିଲ୍ମରେ କାମ କରିଥିଲେ। ଯାହାର ଟାଇଟଲ ଥିଲା ‘ନାସ୍ତିକ’। ଏହି ଫିଲ୍ମରେ ଅର୍ଜୁନ ରାମପାଲ, ମୀରା ଚୋପ୍ରା ମୁଖ୍ୟ ଚରିତ୍ରରେ ଥିଲେ। କିନ୍ତୁ କୌଣସି କାରଣ ଏହି ଫିଲ୍ମ ଆଜି ଯାଲଁ ରିଲିଜ ହୋଇପାରିନାହିଁ।

Comment