ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନ ନିଜର ଦମଦାର ଅଭିନୟ ପାଇଁ ବଲିଉଡରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଦୀର୍ଘଦିନରୁ ସେ ନିଜ ଅଭିନୟ ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିଛନ୍ତି। ଆଜି ନୂଆବର୍ଷରେ ବିଦ୍ୟା ନିଜର ୪୨ତମ ଜନ୍ମଦିନ ପାଳନ କରୁଛନ୍ତି।

୪୨ ବର୍ଷ ବୟସରେ ବି ବିଦ୍ୟା ଯେମିତି ନିଜ ଅଭିନୟ ପାଇଁ ବଲିଉଡରେ ରାଜ କରୁଛନ୍ତି ସେମିତି ନିଜ ତ୍ୱଚା ପାଇଁ ବି ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ଜନ୍ମଦିନରେ ଆସନ୍ତୁ ଜାଣିବା ବିଦ୍ୟାଙ୍କ ଉଜ୍ୱଳ ତ୍ୱଚାର ରାଜ କ’ଣ?

ବିଦ୍ୟାଙ୍କ କହିବା କଥା ତ୍ୱଚାକୁ ଭିତରକୁ ସୁସ୍ଥ ରଖିବାକୁ ଖାଦ୍ୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ। ବିଦ୍ୟା ଶାକାହାରୀ ହୋଇଥିବାରୁ ସେ ତାଙ୍କ ଖାଦ୍ୟରେ ତାଜା ପରିବା ସହିତ ବିଭିନ୍ନ ପ୍ରକାର ଫଳ ସାମିଲ କରନ୍ତି। ଏଥିପାଇଁ ୪୧ ବର୍ଷ ବୟସରେ ବି ତାଙ୍କ ତ୍ୱଚା ଚମକୁଛି।

ଏଥସହିତ ବିଦ୍ୟା ଗାଧୋଇବା ପରେ ମଶ୍ଚରାଇଜର ଲଗାଇବାକୁ କେବେ ହେଲେ ଭୁଲନ୍ତି ନାହିଁ। ଦିନକୁ ପ୍ରାୟ ୨/୩ ଥର ସେ ମଶ୍ଚରାଇଜର ଲଗାନ୍ତି। ଏକ ସାକ୍ଷାତକାରରେ ବିଦ୍ୟା ଥରେ କହିଥିଲେ ଯେ ସେ ଜସମିନ ସାବୁନ ବ୍ୟବହାର କରନ୍ତି।

ପ୍ରତିଦିନ ମେକଅପ୍‌ ରିମୁଭ୍‌ କରି ଶୋଇବା ସହିତ ବିଦ୍ୟା ଭରପୂର ପାଣି ପିଅନ୍ତି। ଯାହାଦ୍ୱାରା ତାଙ୍କ ସ୍କିନ ଗ୍ଲୋ କରୁଛି।

Comment