ଓଡ଼ିଶାଲାଇଭ୍‌ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ  ସାହୁ): ରାୟଗଡ଼ାରେ ମହାମାରୀ କରୋନା ସକାଶେ ଦୀର୍ଘ ୯ ମାସ ବନ୍ଦ ପଡ଼ିଥିବା ଧାର୍ମିକସ୍ଥଳୀ ଏବେ ଖୋଲିବାର ବାଟ ଫିଟିଛି। ଜିଲ୍ଲାପାଳ ଏନେଇ ବିଜ୍ଞପ୍ତି ଜାରି କରି ସବୁ ଜାନୁଆରି ୪ରୁ ସବୁ ଧାର୍ମିକସ୍ଥଳୀ କଟକଣା ମଧ୍ୟରେ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ମହାମାରୀ ସଂକ୍ରମଣଠାରୁ ସାଧାରଣ ଲୋକେ କିଭଳି ସୁରକ୍ଷିତ ରହିବେ ସେଥି ନେଇ ମନ୍ଦିର ମୁଖ୍ୟ ଫାଟକ ନିକଟ ତଥା କାନ୍ଥରେ କରୋନା ସଚେତନତା ବାର୍ତ୍ତା ପ୍ରଦାନ କରିବାକୁ କୁହାଯାଇଛି। ସେହିଭଳି ମାସ୍କ ପରିଧାନ, ସମାଜିକ ଦୂରତ୍ୱ ମାନିବା ଏବଂ ମନ୍ଦିର କିମ୍ବା ଧାର୍ମିକ ଅନୁଷ୍ଠାନ ପରିସରରେ ଛେପ ପକାଇବା ସମୂର୍ଣ୍ଣ ନିଷିଦ୍ଧ ହେବ।

କଟକଣାକୁ ବେଖାତିର କଲେ ସଂମ୍ପୃକ୍ତ ଅନୁଷ୍ଠାନର ମୁଖ୍ୟ ଏଥିନେଇ ଉତ୍ତରଦାୟୀ ରହିବା ସହିତ ଜିଲ୍ଲା ପ୍ରଶାସନ ଉକ୍ତ ଧାର୍ମୀକସ୍ଥଳୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

ରାୟଗଡ଼ାର ପ୍ରସିଦ୍ଧ ମା’ ମାଝିଘରିଆଣୀଙ୍କ ମନ୍ଦିର ମଧ୍ୟ ସୋମବାରରୁ ଖୋଲିବ। ଜିଲ୍ଲା ତଥା ପଡୋଶୀ ରାଜ୍ୟ ଓ ପାରିପାଶ୍ୱର୍କ ଅଞ୍ଚଳରୁ ମା‘ଙ୍କ ସହସ୍ର ଶ୍ରଦ୍ଧାଳୁ ମାଙ୍କୁ ଦର୍ଶନ ସକାଶେ ଏଠାକୁ ଆସିଥାନ୍ତି। ଅନ୍ୟପଟେ ଆସନ୍ତା ୧୨ତାରିଖଠାରୁ ୧୭ରିଖ ଯାଏଁ ମା’ଙ୍କ ମନ୍ଦିର ପରିସରରେ ପ୍ରବଳ ଭିଡ ହେବା ଆଶଙ୍କା କରି ପ୍ରଶାସନ ଉକ୍ତ ଦିନରେ ମନ୍ଦିର ବନ୍ଦ ରଖିବାକୁ ବିଜ୍ଞପ୍ତିରେ ଦର୍ଶାଇଛି। ସେହି ଦିନ ମା’ଙ୍କ ବିଶେଷ ପୂଜାନୀତି ରହିଥିବାରୁ  ଅଧିକାଂଶ ଶ୍ରଦ୍ଧାଳୁଙ୍କ ସମାବେଶ ହେବା ନେଇ ସମ୍ଭାବନା ରହିଥିବାରୁ ଉକ୍ତ ଦିନ ମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଥିବା କୁହାଯାଇଛି।

ବିଗତ କିଛି ଦିନରୁ କରୋନା ସଂକ୍ରମଣ ହ୍ରସ ପାଉବାରୁ ଜିଲ୍ଲାର ବିଭିନ୍ନ ବୁଦ୍ଧିଜୀବୀ ଓ ରାଜନୈତିକ ଦଳ ପକ୍ଷରୁ ମନ୍ଦିର ଖୋଲିବା ପାଇଁ ଦାବି ହୋଇ ଆସୁଥିଲା। ଜିଲ୍ଲା ପ୍ରଶାସନ ଏହାକୁ ଗୁରୁତ୍ୱ ଦେଇ ବିଚାର କରି ମନ୍ଦିର ଖୋଲିବା ନିମନ୍ତେ ନିଷ୍ପତ୍ତି ନେଇଛି।

Comment