ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଡ଼ ପରଦାରେ ଡେବ୍ୟୁ କରିବାକୁ ଯାଉଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କଙ୍କ ଝିଅ ଆରୁଷୀ ନିଶଙ୍କ। କଥକ ଡ୍ୟାନ୍ସର ତଥା ପରିବେଶବିତ୍ ଭାବେ ବେଶ୍ ପରିଚିତ ଆରୁଷୀ ଏବେ ବଲିଉଡରେ ପାଦ ଦେବେ। ଟି-ସିରିଜ ନିର୍ମାଣ କରୁଥିବା ଏକ ଫିଲ୍ମରେ ସେ ନଜର ଆସିବେ।

ତେବେ ଫିଲ୍ମଟିର ଟାଇଟଲ ବିଷୟରେ କିଛି ସୂଚନା ଆସି ନଥିଲେ ସୁଦ୍ଧା ଏହା ଏକ ଯୁଦ୍ଧଭିତ୍ତିକ ସିନେମା ବୋଲି ଜଣାପଡ଼ିଛି। ୬ ଜଣ ସାହାସୀ ମହିଳା ଅଧିକାରୀଙ୍କୁ ନେଇ ଏହି ଫିଲ୍ମଟି ନିର୍ମାଣ ହେଉଛି। ଆରୁଷୀଙ୍କ ସହ ତାପସୀ ପନ୍ନୁ, ଭୂମି ପେଡେନେକର ଏବଂ କୀର୍ତ୍ତି କୁଲହରି ଆଦିଙ୍କୁ ଫିଲ୍ମର ପ୍ରମୁଖ ଚରିତ୍ରରେ ଦେଖିବାକୁ ମିଳିବ।

ପୂର୍ବରୁ ବଲିଉଡରେ ପୁରୁଷମାନଙ୍କ ବୀରତ୍ଵକୁ ନେଇ ସିନେମା ନିର୍ମାଣ ହୋଇଥିବା ବେଳେ ଟି-ସିରିଜ୍ ଏକ ନାରୀଭିତ୍ତିକ ସିନେମା ନିର୍ମାଣ କରୁଥିବା ଟି-ସିରିଜର ଜଣେ ଅଧିକାରୀ କହିଛନ୍ତି।

ଆରୁଷୀ ନିଶଙ୍କ ପରିବେଶ ସୁରକ୍ଷା ପାଇଁ ବିଭିନ୍ନ ସଚେତନମୂଳକ କାର୍ଯ୍ୟ କରି ଚର୍ଚ୍ଚାରେ ରହିଆସିଛନ୍ତି। ପିତା ରମେଶ ପୋଖରିଆଲଙ୍କ ଦ୍ଵାରା ଗଙ୍ଗା ନଦୀର ସୁରକ୍ଷା ପାଇଁ ଆରମ୍ଭ ହୋଇଥିବା ‘ସ୍ପର୍ଶ ଗଙ୍ଗା ଅଭିଯାନ’ରେ ଆରୁଷୀ ବିଶେଷ ଭୂମିକା ନିର୍ବାହ କରିଥିଲେ।

Comment