ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାରାଷ୍ଟ୍ରରେ ପୁଣିଥରେ କରୋନା କାୟା ବିସ୍ତାର କରିଛି। ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ୮ ହଜାର ୮ ଶହ ୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ମହାରାଷ୍ଟ୍ରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧ ଲକ୍ଷ ୨୧ ହଜାର ୧୯ରେ ପହଞ୍ଚିଛି।

ସେହିପରି ୨୪ ଘଣ୍ଟାରେ ୮୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୃତ୍ୟୁସଂଖ୍ୟା ୫୧ ହଜାର ୯ ଶହରେ ପହଞ୍ଚିଛି। ରାଜ୍ୟର ଏହି ସ୍ଥିତି ଏବେ ସରକାରଙ୍କ ଚିନ୍ତା ବଢ଼ାଇଛି।

ଅନ୍ୟପଟେ ରାଜ୍ୟ କରୋନା ସ୍ଥିତି ନିୟନ୍ତ୍ରଣ ପାଇଁ ସରକାର ପୁଣିଥରେ ନିୟମ କଡ଼ାକଡ଼ି କରିଛନ୍ତି। ସର୍ବସାଧାରଣ ସ୍ଥଳରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ଅମରାବତୀରେ ସର୍ବାଧିକ ସଂକ୍ରମଣ ହୋଇଥିବାରୁ ଏଠାରେ ନାଇଟ କର୍ଫ୍ୟୁ ସହିତ ଲକଡାଉନ ଘୋଷଣା ହୋଇଛି।

Comment