ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋSunny Leone2

ବଲିଉଡ ଅଭିନେତ୍ରୀ ସନ୍ନି ଲିଓନି ସୋସିଆଲ ଆକାଉଣ୍ଟରେ ଏକ ଭିଡିଓ ସେୟାର କରି ନିଜର ଜୀବନ କାହାଣୀ ବିଷୟରେ ବର୍ଣ୍ଣନା କରିଛନ୍ତି। ଭିଡିଓଟି ଥିଲା ମାତ୍ର ୨୫ ସେକେଣ୍ଡର, କିନ୍ତୁ ସେଥିରେ ସେ ଅନେକ କିଛି କହିଛନ୍ତିି। ୨୧ ବର୍ଷ ବୟସରେ ତାଙ୍କୁ ଘୃଣାଭରା ଇମେଲ ଆସିଥିଲା। ଏଥିସହ ଲୋକମାନେ ତାଙ୍କୁ ଖରାପ କମେଣ୍ଟ ମଧ୍ୟ କରିଥିଲେ। ସେହି ସମୟରେ ସନ୍ନିଙ୍କୁ ଇଣ୍ଡଷ୍ଟ୍ରିରୁ କୌଣସି ସୁଯୋଗ କିମ୍ବା ସମର୍ଥନ ମିଳୁନଥିଲା। ଏପରିକି ତାଙ୍କୁ ପୁରଷ୍କାର ଶୋ’ରୁ ମଧ୍ୟ କାଢି ଦିଆଯାଇଥିଲା କହିଛନ୍ତିି ସନ୍ନି।

ବଲିଉଡରେ ପ୍ରବେଶ କରିବା ସନ୍ନିଙ୍କ ପାଇଁ ସହଜ ନଥିଲା। କିନ୍ତୁ ସେ ହାର ମାନିନଥିଲେ। ଏଥିପାଇଁ ବୋଧହୁଏ ସେ ଆଜି ବେଶ ଚର୍ଚ୍ଚାରେ ରହିଛନ୍ତି। ବଲିଉଡର ନାମିଦାମୀ ଅଭିନେତ୍ରୀମାନଙ୍କ ମଧ୍ୟରେ ନିଜର ପରିଚୟ ସୃଷ୍ଟି କରିଛନ୍ତି ସନ୍ନି ଲିଓନି। ‘ବେବୀ ଡଲ୍‌’ ଡ୍ୟାନ୍ସ ଏବେବି ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଉଛି। ଭିଡିଓରେ ସନ୍ନି କହିଛନ୍ତି, ମୋ ପାଖରେ ଗୋଟେ ସୁନ୍ଦର ପରିବାର ଅଛି। ମୋ ନିଜ ପରିଶ୍ରମ ବଳରେ ମୁଁ ଆଜି ସମାଜରେ ଗୋଟେ ସଫଳ ମହିଳା ବ୍ୟବସାୟୀ ହୋଇପାରିଛି।

‘ବିଗ ବସ୍‌’ ଶୋ’ରେ ସନ୍ନି ଲିଓନି ପ୍ରଥମେ ନଜର ଆସିଥିଲେ। ପରେ ଜିସ୍ମ ୨, ରାଗିଣୀ ଏମଏମଏସ୍ ୨, ଏକ ପହେଲେ ଲୀଲା ଆଦି ବଲିଉଡ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ନିକଟତର ହୋଇପାରିଥିଲେ। ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି ସନ୍ନିଙ୍କ ଆକ୍ସନ ସିରିଜ ‘ଅନାମିକା’ ।

Comment