ଓଡ଼ିଶାଲାଇଭ୍ ବ୍ୟୁରୋhome quarantine

ସ୍ୱଳ୍ପ ଲକ୍ଷଣଧାରୀ କିମ୍ବା ଲକ୍ଷଣ ନଥିବା କୋଭିଡ୍ ସଂକ୍ରମିତ ଡାକ୍ତରଙ୍କ ପରାମର୍ଶ ମାନି ଗୃହ ପୃଥକବାସ ବା ହୋମ ଆଇସୋଲେସନରେ ରହିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଉଛି। ଅଧିକ ସହାୟତା ପାଇଁ ୧୦୪ କିମ୍ବା ୧୯୨୯ ନମ୍ବରରେ ଯୋଗାଯୋଗ କରି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପରାମର୍ଶ ନେଇପାରିବେ ରୋଗୀ।

ରାଜ୍ୟରେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ବଢ଼ିବାରେ ଲାଗିଛି। ଏହି ମହାମାରୀ ସହ ଲଢ଼ିବା ପାଇଁ ଉଭୟ ସରକାର ଓ ପ୍ରଶାସନିକ ସ୍ତରରେ ପ୍ରୟାସ ଜାରି ରହିଛି। ତେବେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ହୋମ୍ ଆଇସୋଲେସନ ସମୟରେ କେଉଁ ସବୁ ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ, ସେ ସମ୍ପର୍କରେ ଏକ ଭିଡିଓ ଜାରି କରି ସୂଚନା ଦିଆଯାଇଛି।

ପଜିଟିଭ୍ ଚିହ୍ନଟ ହେଲେ କ’ଣ କରିବେ?

  • ଭୁବନେଶ୍ୱରରେ ରହୁଥିବା ବ୍ୟକ୍ତି ଡାକ୍ତରଙ୍କ ପରାମର୍ଶ ପାଇଁ ୧୦୪ କିମ୍ବା ୧୯୨୯ ରେ କଲ୍ କରିବେ।
  • ଲକ୍ଷଣ ସମ୍ପର୍କରେ ଡାକ୍ତରଙ୍କୁ ଜଣାଇବେ।
  • ଅଳ୍ପ ଲକ୍ଷଣ କିମ୍ବା ଲକ୍ଷଣ ନଥିବା ବ୍ୟକ୍ତି ନିଜକୁ ହୋମ୍ ଆଇସୋଲେସନରେ ରଖିବେ।

home isolation-2କେଉଁ ନିୟମ ମାନିବେ?

  • କରୋନା ଆକ୍ରାନ୍ତ ବାୟୁ ଚଳାଚଳ କରୁଥିବା ଅଲଗା କୋଠରୀ ଏବଂ ପାଇଖାନା ବ୍ୟବହାର କରିବେ।
  • ପରିବାରର ଜଣେ ସୁସ୍ଥ ବ୍ୟକ୍ତି ତାଙ୍କର ଦାୟିତ୍ୱ ନେବେ।
  • ରୋଗୀ ଏବଂ ସହାୟକ ଉଭୟ ତିନି ପରସ୍ତ ବିଶିଷ୍ଟ ମାସ୍କ ବା ସର୍ଜିକାଲ ମାସ୍କ ବ୍ୟବହାର କରିବେ।
  • ପରସ୍ପର ଠାରୁ ୨ ମିଟର ଦୂରତା ରଖିବେ।
  • ଆକ୍ରାନ୍ତ ଅଲଗା ସ୍ଥାନରେ ବସି ଖାଇପାରିବେ ନାହିଁ। ତାଙ୍କର ଖାଦ୍ୟ ସାମଗ୍ରୀ, ସେ ରହୁଥିବା କୋଠରୀରେ ଦିଆଯିବ।
  • ରୋଗୀଙ୍କ ଦ୍ୱାରା ବ୍ୟବହୃତ ବସ୍ତୁ (ଲାପ୍‌ଟପ୍‌, ପେନ୍‌, ପାନିଆ, ମୋବାଇଲ, ବାସନ, ଡ୍ରେସ୍‌, ବିଛଣା) ଅନ୍ୟମାନେ ବ୍ୟବହାର କରିପାରିବେ ନାହିଁ।
  • ପ୍ରତିଦିନ ଆକ୍ରାନ୍ତ ବ୍ୟବହାର କରୁଥିବା ସାମଗ୍ରୀକୁ ଭଲ ଭାବରେ ସାବୁନ୍‌ରେ ଧୋଇବେ।
  • ଧୋଇବା ସମୟରେ ମାସ୍କ ଓ ହାତରେ ଗ୍ଲୋଭସ୍ ପିନ୍ଧିବା ଜରୁରୀ।
  • ରୋଗୀ ବ୍ୟବହାର କରୁଥିବା ମାସ୍କ, କପଡ଼ା ଇତ୍ୟାଦିକୁ ଅଧଘଣ୍ଟା ୧ପ୍ରତିଶତ ବ୍ଲିଚିଂ ଦ୍ରବଣର ବୁଡ଼ାଇ ରଖିବେ।

ଆକ୍ରାନ୍ତଙ୍କ ଯତ୍ନ ନେଉଥିବା ସହାୟକ କ’ଣ କରିବେ?

  • ସହାୟକ ନିଜେ ଗୃହ ସଂଙ୍ଗରୋଧରେ ରହିବେ।
  • ସର୍ବଦା ମାସ୍କ ଏବଂ ଗ୍ଲୋଭସ୍ ପିନ୍ଧିବେ।
  • ବାରମ୍ବାର ସାବୁନ୍‌ରେ ହାତ ଧୋଇବେ।
  • ନିଜ ଶରୀରରେ କୌଣସି କୋଭିଡ୍ ଲକ୍ଷଣ ଦେଖାଯାଉଛି କି ନାହିଁ ନଜର ରଖିବେ।
  • ଲକ୍ଷଣ ଅନୁସାରେ ନିଜର କୋଭିଡ୍ ପରୀକ୍ଷା କରିବେ।
  • ରୋଗୀକୁ ସାହସ ଓ ଉତ୍ସାହ ଦେବେ।
  • ଠିକ୍ ସମୟରେ ଔଷଧ ଖାଇବା, ନିଜର ଶରୀରର ତାପମାତ୍ରା, ବ୍ଲଡ ପ୍ରେସର, ଅକ୍ସିଜେନ୍ ମାତ୍ରା ଆଦି ରେକର୍ଡ କରିବେ।

Quarantineଆକ୍ରାନ୍ତଙ୍କ ପାଇଁ ବିପଦ ସଙ୍କେତ

  • ଯଦି ଶରୀରର ତାପମାତ୍ରା କିମ୍ବା ଜ୍ୱର ୧୦୨ ଡିଗ୍ରୀରୁ ଅଧିକ ଲାଗି ରୁହେ
  • ଛାତିରେ ଅଧିକ ଯନ୍ତ୍ରଣା ଅନୁଭବ କରିବା
  • ନିଶ୍ୱାସ ନେବାରେ ଅସୁବିଧା
  • ପ୍ରତି ମିନିଟରେ ଶ୍ୱାସ କ୍ରିୟାର ହାର ଲଗାତାର ୨୪ରୁ ଅଧିକ ରହିଲେ
  • ବିଶ୍ରାମ ସମୟରେ ଅକ୍ସିଜେନ ସାଚୁରେସନ ୯୪ ପ୍ରତିଶତ ତଳେ ରହିଲେ

Comment