ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟୋକିଓ ଅଲିମ୍ପିକ୍ସରେ ଉଭୟ ପୁରୁଷ ଓ ମହିଳା ହକି ଦଳ ଚମତ୍କାର ପ୍ରଦର୍ଶନ କରିଥିଲେ। ଅଲିମ୍ପିକ୍ସ ସଫଳତା ପାଇଁ ଉଭୟ ଦଳର ଖେଳାଳିମାନଙ୍କୁ ମଙ୍ଗଳବାର ସମ୍ବର୍ଦ୍ଧିତ କରିବେ ଓଡ଼ିଶା ସରକାର।

ମଙ୍ଗଳବାର ସକାଳ ୧୧ଟା ବେଳେ ଖେଳାଳି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି। ବିମାନ ବନ୍ଦରରେ ସ୍ୱତନ୍ତ୍ର ଭାବେ ସେମାନଙ୍କୁ ସ୍ୱାଗତ କରଯାଇଛି। ଅପରାହ୍‌ଣରେ ସରକାରଙ୍କ ପକ୍ଷରୁ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖେଳାଳିଙ୍କୁ ଭେଟିବେ। ଖେଳାଳିଙ୍କ ସହିତ ଏଫ୍‌ଆଇଏଚ୍‌ ସଭାପତି ନରିନ୍ଦର ବାତ୍ରା ଓ ହିକ ଇଣ୍ଡିଆର ସିଇଓ ଆସିଛନ୍ତି।

ଟୋକିଓ ଅଲିମ୍ପିକ୍ସରେ ଉଭୟ ପୁରୁଷ ଓ ମହିଳା ଦଳ ଚମତ୍କାର ପ୍ରଦର୍ଶନ କରିଥିଲେ। ପୁରୁଷ ଦଳ ବ୍ରୋଞ୍ଜ ପଦକ ଜିତିଥିଲେ। ମହିଳା ଦଳ ହାରି ଯାଇଥିଲେ ମଧ୍ୟ ମ୍ୟାଚରେ ଦୃଢ଼ ସଂଘର୍ଷ ପାଇଁ ସମସ୍ତଙ୍କ ମନ କିଣି ନେଇଥିଲେ।

୨୦୧୮ରୁ ଭାରତୀୟ ହକି ଦଳର ପ୍ରୟୋଜକ ରହିଛି ଓଡ଼ିଶା। ହକିକୁ ଆହୁରି ଲୋକପ୍ରିୟ କରାଇବାରେ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି।

Comment