ଓଡ଼ିଶାଲାଇଭ୍ ବ୍ୟୁରୋ

  • ୧୫ରୁ ୧୮ ବର୍ଷ ପିଲାଙ୍କ ପଞ୍ଜିକରଣ ହେବ
  • ଟିକା ନେବେ ମୋଟ ୨୫ଲକ୍ଷ ୫୩ ହଜାର ପିଲା
  • ୨ଟି ସେସନରେ ଟିକାକରଣ ହେବ
  • ପିଲାଙ୍କ ସାଙ୍ଗରେ ରହିବେ ଅଭିଭାବକ
  • ଜାନୁଆରି ପ୍ରହିଲାରୁ ପ୍ରକ୍ରିୟା ଆରମ୍ଭ

ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ପିଲା ରହିଛନ୍ତି। ପିଲାମାନଙ୍କ ସୁରକ୍ଷା ଦୃଷ୍ଟିରୁ ଟିକାକରଣ ପାଇଁ ନିଷ୍ପତ୍ତି ହୋଇଛି। ରାଜ୍ୟର ୧୫ରୁ ୧୮ ବର୍ଷର ମୋଟ ୨୫ ଲକ୍ଷ ୫୩ ହଜାର ପିଲାଙ୍କର ଟିକାକରଣ କରାଯିବ। ଏଥିପାଇଁ ପଞ୍ଜିକରଣ କରାଯିବ ବୋଲି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି।

ପଞ୍ଜିକୃତ ହୋଇଥିବା ପିଲାଙ୍କୁ ଦୁଇଟି ସେସନରେ ଟିକାକରଣ କରାଯିବ। ଜାନୁଆରି ପହିଲାରୁ ଟିକାକରଣ ପାଇଁ ପଞ୍ଜିକରଣ ଆରମ୍ଭ ହେବ। କୋ-ଓ୍ଵିନ ଆପ୍ଲିକେସନକୁ ଯାଇ ଏଥିପାଇଁ ପଞ୍ଜିକରଣ କରିବାକୁ ପଡ଼ିବ। ଷ୍ଟୁଡେଣ୍ଟ ଆଇକାର୍ଡ ଦେଖାଇ ଫଞ୍ଜିକରଣ କରିହେବ। ସ୍କୁଲ ଓ କଲେଜରେ ଟିକାକରଣ ପାଇଁ ବ୍ୟବସ୍ଥା ରହିବ। ଟିକାକରଣ ସମୟରେ ପିଲାଙ୍କ ସହ ଅଭିଭାବକମାନେ ରହିବାକୁ ପରାମର୍ଶ ଦିଆଯାଇଛି। ଅନ୍ୟ ପକ୍ଷରେ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି କରୋନାକୁ ନେଇ ଭୟ କରିବାର ନାହିଁ। ଓଡ଼ିଶାରେ ସ୍ଥିତି ବିଗିଡ଼ି ନାହିଁ। ତେଣୁ ଲକଡାଉନ କିମ୍ବା ନାଇଟ୍ କର୍ଫ୍ୟୁର ଆବଶ୍ୟକତା ନାହିଁ।

୧୫ରୁ ୧୮ ବର୍ଷ ବୟସର ପିଲାଙ୍କର ଟିକାକରଣ ପାଇଁ ଗତ ଶନିବାର ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି। ଆସନ୍ତା ବର୍ଷ ଜାନୁଆରୀ ୩ତାରିଖରୁ ଏହି ପ୍ରକ୍ରିୟା ଆରମ୍ଭ ହେବ। ପିଲାଙ୍କ ପାଇଁ କରୋନା ଭ୍ୟାକ୍ସିନ ଏବଂ ବୁଷ୍ଟର ଡୋଜର ବ୍ୟବସ୍ଥା ରହିଛି। ଭାରତ ସରକାରଙ୍କ ଡ୍ରଗ୍ କଣ୍ଟ୍ରୋଲ ଜେନେରାଲ(ଡିସିଜିଆଇ) ଭାରତ ବାୟୋଟେକର କୋଭ୍ୟାକ୍ସିନକୁ ୧୨ରୁ ୧୮ ବର୍ଷ ବୟସର ପିଲାଙ୍କ କ୍ଷେତ୍ରରେ ବ୍ୟବହାର କରିବାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହା ପୂର୍ବରୁ ଗତ ଅଗଷ୍ଟ ମାସରେ ଜାୟଡସ କ୍ୟାଡିଲାର ତିନିଟି ଡୋଜଯୁକ୍ତ ଟିକାକୁ ୧୨ ବର୍ଷର ପିଲା ଏବଂ ବୟସ୍କଙ୍କୁ ଏମରଜେନ୍ସି କ୍ଷେତ୍ରରେ ଦିଆଯିବାକୁ ଅନୁମତି ଦିଆଯାଇଥିଲା।

Comment