ଓଡ଼ିଶାଲାଇଭ୍ ବ୍ୟୁରୋ

ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ୧୨ ଦିନରେ ପହଞ୍ଚିଛି। ୟୁକ୍ରେନକୁ ଛାରଖାର କରିଛନ୍ତି ରୁଷ ସେନା। ସୋମବାର ୟୁକ୍ରେନର ଭିନିତ୍ସିଆ ଏୟାରପୋର୍ଟ ଉପରେ ଘନଘନ ମିଶାଇଲ ମାଡ଼ କରିଛନ୍ତି ରୁଷ ସେନା। ଜୀବନ ବଞ୍ଚାଇବା ଉଦ୍ଦେଶ୍ୟରେ ଦେଶ ଛାଡ଼ିଲେଣି ୧୫ ଲକ୍ଷ ୟୁକ୍ରେନ ବାସିନ୍ଦା।

  • ୟୁକ୍ରେନର ବିନିତ୍ସିଆ ଏୟାରପୋର୍ଟ ଉପରେ ରୁଷ ସେନାଙ୍କ ମିଶାଇଲ ମାଡ଼
  • ମାଟିରେ ମିଶିଲା ୟୁକ୍ରେନର ବିନିତ୍ସିଆ ଏୟାରପୋର୍ଟ
  • ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ସୁରକ୍ଷିତ ଭାବେ ଦେଶକୁ ଫେରାଇ ଆଣିବାକୁ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ ଆଲୋଚନା କରିବେ
  • ୟୁକ୍ରେନରେ ରକ୍ତର ହୋଲି, ଆତଙ୍କିତ ଅବସ୍ଥାରେ ୟୁକ୍ରେନ ବାସିନ୍ଦା
  • ବର୍ତ୍ତମାନ ସୁଦ୍ଧା ରୁଷ-ୟୁକ୍ରେନ ଯୁଦ୍ଧରେ ୩୮ ଜଣ ଛୋଟ ପିଲା ପ୍ରାଣ ହରାଇଛନ୍ତି
  • ରୁଷ ସେନାଙ୍କୁ ରୋକିବା ପାଇଁ ପୋଲ ଉଡ଼ାଇଲେ ୟୁକ୍ରେନ ସେନା

Comment