ଓଡ଼ିଶାଲାଇଭ୍ ବ୍ୟୁରୋ

ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ୧୨ ଦିନରେ ପହଞ୍ଚିଛି। ସୋମବାର ୟୁକ୍ରେନର ଭିନିତ୍ସିଆ ଏୟାରପୋର୍ଟ ଉପରେ ମିଶାଇଲ ମାଡ଼ କରି ଏୟାରପୋର୍ଟ ଧୁଳିସାତ କରିଛନ୍ତି ରୁଷ ସେନା। ଯୁଦ୍ଧ ଭୟରେ ଦେଶ ଛାଡ଼ିବାକୁ ଲାଗିଛନ୍ତି ୟୁକ୍ରେନ ବାସିନ୍ଦା। ବର୍ତ୍ତମାନ ସୁଦ୍ଧା ୧୫ ଲକ୍ଷରୁ ଅଧିକ ୟୁକ୍ରେନ ବାସିନ୍ଦା ଦେଶ ଛାଡ଼ିଥିବା ସୂଚନା ମିଳିଛି।

  • ରୁଷ ଏବଂ ୟୁକ୍ରେନ ମଧ୍ୟରେ ମଧ୍ୟସ୍ଥତା କରିବାକୁ ପ୍ରସ୍ତୁତ ଚୀନ
  • ୟୁକ୍ରେନର କମ୍ୟୁନିଟି ଚିଫଙ୍କ ମୃତ୍ୟୁ
  • ରୁଷ-ୟୁକ୍ରେନ ଯୁଦ୍ଧରେ ଖାରକିଭରେ ୮ ଜଣଙ୍କ ମୃତ୍ୟୁ
  • ୟୁକ୍ରେନର ଲୁହାନ୍ସକ ସହରରେ ରୁଷ ସେନାଙ୍କ ଆତଙ୍କ
  • ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ୟୁରୋପରେ ଗ୍ୟାସ ମୂଲ୍ୟରେ ଆଶାତିତ ବୃଦ୍ଧି
  • ୟୁକ୍ରେନର ବିନିତ୍ସିଆ ଏୟାରପୋର୍ଟ ଉପରେ ରୁଷ ସେନାଙ୍କ ମିଶାଇଲ ମାଡ଼
  • ମାଟିରେ ମିଶିଲା ୟୁକ୍ରେନର ବିନିତ୍ସିଆ ଏୟାରପୋର୍ଟ
  • ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ସୁରକ୍ଷିତ ଭାବେ ଦେଶକୁ ଫେରାଇ ଆଣିବାକୁ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ ଆଲୋଚନା କରିବେ
  • ୟୁକ୍ରେନରେ ରକ୍ତର ହୋଲି, ଆତଙ୍କିତ ଅବସ୍ଥାରେ ୟୁକ୍ରେନ ବାସିନ୍ଦା
  • ବର୍ତ୍ତମାନ ସୁଦ୍ଧା ରୁଷ-ୟୁକ୍ରେନ ଯୁଦ୍ଧରେ ୩୮ ଜଣ ଛୋଟ ପିଲା ପ୍ରାଣ ହରାଇଛନ୍ତି
  • ରୁଷ ସେନାଙ୍କୁ ରୋକିବା ପାଇଁ ପୋଲ ଉଡ଼ାଇଲେ ୟୁକ୍ରେନ ସେନା
  • ରୁଷର ଘାତକ ବିମାନ ଖସାଇଳା ୟୁକ୍ରେନ, ପାଇଲଟଙ୍କ ମୃତ୍ୟୁ

Tag: #Russia #Ukraine #RussiaUkraineWar

Comment