ଓଡ଼ିଶାଲାଇଭ୍ ବ୍ୟୁରୋ

ଦଶମ ବା ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା କିଛି ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ଇ-ଆଡ୍‌ମିଶନରେ ଭାଗ ନେଇପାରିନଥିବା ସରକାରଙ୍କ ଦୃଷ୍ଟିକୁ ଆସିଛି। ଏହି ପରିପ୍ରେକ୍ଷୀରେ ଉଚ୍ଚଶିକ୍ଷା ପ୍ରଦାନ ନିମନ୍ତେ ସୁଯୋଗ ଦେବା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଇ-ଆଡ୍‌ମିଶନ ପ୍ରକ୍ରିୟାରେ ନାମ ଲେଖାଇବା ପାଇଁ ଅନ୍ୟ ଏକ ସୁଯୋଗ ପ୍ରଦାନ କରିଛନ୍ତି।

ସଂପୃକ୍ତ ଛାତ୍ରଛାତ୍ରୀମାନେ ଚଳିତ ସେପ୍ଟେମ୍ବର ୧୦ରୁ ୨୭ ତାରିଖ ମଧ୍ୟରେ ଆବେଦନ କରିପାରିବେ। ଛାତ୍ରଛାତ୍ରୀ ତଥା ଅଭିଭାବକମାନେ www.samsodisha.gov.in ରେ ଲଗ୍‌ଇନ୍‌ କରି ସଂପୂର୍ଣ୍ଣ ବିବରଣୀ ଜାଣିପାରିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Tags: #samsodisha #+2admission #plustwoadmission #CHSE #eadmission

Comment