ଓଡ଼ିଶାଲାଇଭ୍‌ ବ୍ୟୁରୋ

୪ ମାସ ପରେ ରାଜ୍ୟ ସଚିବାଳୟରେ ଆଜି ପୁଣି ହୋଇଥିଲା ଜିଲ୍ଲାପାଳ ସମ୍ମିଳନୀ। ଜୁନ୍‌ ମାସର ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଥ୍ରୀ-ଟି ଏବଂ ପିସି କାରବାର ଉପରେ ଗୁରୁତ୍ବ ଦେଇଥିବା ବେଳେ ଆଜି ବିକାଶ ଉପରେ ଫୋକସ୍‌ କରିଛନ୍ତି।

“ପ୍ରତି ମାସରେ ୪ ଦିନ ବିଭିନ୍ନ ଜିଲ୍ଲାକୁ ଯାଅ। ରାଜ୍ୟ ସରକାରଙ୍କ ଯୋଜନା କେତେଦୂର କାର୍ଯ୍ୟକାରୀ ହେଉଛି ତାର ତଦାରଖ କର। ଯୋଜନା ଲୋକଙ୍କ ପାଖରେ ପହଞ୍ଚୁଛି କି ନାହିଁ ତାର ତର୍ଜମା କର,”- ବିଭିନ୍ନ ବିଭାଗର ସଚିବମାନଙ୍କୁ ଏମିତି ନିର୍ଦ୍ଦଶେ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ସଚିବାଳୟରେ ଆଜି ଅନୁଷ୍ଠିତ ଜିଲ୍ଲାପାଳଙ୍କ ସମ୍ମିଳନୀରେ ଯୋଗଦେଇ ସରକାରୀ ଯୋଜନାକୁ ଠିକ୍‌ଠାକ୍ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଲୋକଙ୍କ ପାଖରେ ଯୋଜନା ଠିକ୍‌ ଭାବେ ପହଞ୍ଚୁଛି କି ନାହିଁ ନାହିଁ ତାହା ତଦାରଖ କରିବା ଜଣେ ଦାୟିତ୍ବ ସମ୍ପନ୍ନ ଅଫିସରଙ୍କ କର୍ତ୍ତବ୍ୟ ବୋଲି କହିଛନ୍ତି। କେବଳ ଜିଲ୍ଲାପାଳ ନୁହନ୍ତି, ବ୍ଲକ ସ୍ତରର ଅଧିକାରୀ ମଧ୍ୟ କ୍ଷେତ୍ର ପରିଦର୍ଶନରେ ଯିବେ ବୋଲି ଜିଲ୍ଲାପାଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହାସହ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ୮ ମାସର ଟାର୍ଗଟେ ଦେଇଛନ୍ତି। ତୃଣମୂଳ ସ୍ତରରେ ବିକାଶ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଆସନ୍ତା ମୌସୁମୀ ପୂର୍ବରୁ ସମସ୍ତ ବିଭାଗର ବିକାଶମୂଳକ କାମ ସାରିବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦଶେ ଦେଇଛନ୍ତି।
ମମତା, ବିଜୁ ପକ୍କା ଘର, ଲିଫ୍‌ଟ ଇରିଗେସନ୍‌, ନିରାମୟ ମିଶନ୍‌ ଶକ୍ତି, ଖାଦ୍ୟ ସୁରକ୍ଷା ଆଇନ୍‌ ଭଳି ୧୨ଟି ଯୋଜନା ଉପରେ ଆଲୋଚନା ହୋଇଥିଲା। ଯୋଜନାଗୁଡ଼ିକ ଲୋକଙ୍କ ପାଖରେ ପହଞ୍ଚିବା ଉପରେ ଗୁରୁତ୍ବ ଦିଆଯାଇଥିଲା।
ଗତ ଜୁନ୍‌ ମାସରେ ଜିଲ୍ଲାପାଳଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଥ୍ରୀ-ଟି ଟେକ୍ନୋଲୋଜି, ଟ୍ରାନ୍ସପରେନ୍ସି, ଟିମ୍‌ ଓ୍ବାର୍କ ଉପରେ ଗୁରୁତ୍ବ ଦେଇଥିଲେ ମୁଖ୍ୟମନ୍ତ୍ରୀ। ପିସି କାରବାର ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ଗତ ସମ୍ମିଳନୀରେ ଜିଲ୍ଲାପାଳମାନଙ୍କୁ କହିଥିଲେ।

Comment