(ପୁଷ୍ପାରାଣୀ ପରିଡା)

ଯଦି ଆପଣ ଦେଉଥିବା ଏଫ.ଆଇ.ଆରକୁ ଥାନା ଅଧିକାରୀ ଗ୍ରହଣ କରନ୍ତି ନାହିଁ ତେବେ ଆପଣଙ୍କ ଅଭିଯୋଗର ଏକ ନକଲ ଆରକ୍ଷୀ ଅଧିକ୍ଷକ (ଏସପି) ବା ପୋଲିସ୍ କମିଶନରଙ୍କ ନିକଟକୁ ରେଜିଷ୍ଟ୍ରି ପୋଷ୍ଟରେ ପଠାଇପାରିବେ ।

ଆରକ୍ଷୀ ଅଧିକ୍ଷକ ଆପଣଙ୍କ ଅଭିଯୋଗର ବୈଧତା ଦେଖି ନିଜେ କିମ୍ବା ତାଙ୍କ ଅଧିନରେ ଥିବା ଅନ୍ୟ କର୍ମଚାରୀଙ୍କ ଦ୍ୱାରା ଏହା ଉପରେ ପଦକ୍ଷେପ ଗ୍ରହଣ କରିବେ।

ଯଦି ଏଥିରେ ମଧ୍ୟ ଆପଣ ବିଫଳ ହୁଅନ୍ତି, ତେବେ ଆପଣଙ୍କ ନିକଟସ୍ଥ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ନିକଟରେ ଧାରା ୧୫୬ (୩)CrPC ଅନୁଯାୟୀ ଅଭିଯୋଗ କରିପାରିବେ।

ଯଦି ଏଥିରେ ଏଫଆଇଆର ଗ୍ରହଣ କରି ନ ଥିବା ଅଧିକାରୀ ଦୋଷୀ  ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କୁ ଅତି କମରେ ଛଅ ମାସରୁ ଦୁଇ ବର୍ଷ ଯାଏଁ କାରାଦଣ୍ଡାଦେଶ ବା ଜରିମାନା ମଧ୍ୟ ଦେବାକୁ ପଡିପାରେ।

Comment