ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ୨୬/୧୧ ଆକ୍ରମଣରେ ପିତାମାତାଙ୍କୁ ହରାଇଥିଲା ମୋଶେ
  • ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତ୍ୟାନାହୁଙ୍କ ସହ ଭାରତ ଆସିଛନ୍ତି ମୋଶେ
  • ଗତବର୍ଷ ଇସ୍ରାଏଲ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଶେଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ ଦେଇଥିଲେ

ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତ୍ୟାନାହୁ ସମ୍ପ୍ରତ୍ତି ଭାରତ ଗସ୍ତରେ ଆସିଛନ୍ତି। ତାଙ୍କ ୬ ଦିବସୀୟ ଯାତ୍ରାରେ ଆଗ୍ରା ତାଜମହଲ ପରିଦର୍ଶନ କରିବା ସହ ମୁମ୍ବାଇ ଆସିବାର କାର୍ଯ୍ୟକ୍ରମ ରହିଛି। ବେଞ୍ଜାମିନଙ୍କ ମୁମ୍ବାଇ ଗସ୍ତ ବେଶ୍ ଖାସ୍ ରହିଛି। ୨୬/୧୧ ମୁମ୍ବାଇ ଆକ୍ରମଣରେ ନିଜ ମା-ବାପାଙ୍କୁ ହରାଇ ଥିବା ଝିଅ ମୋଶେ ବି ଦୀର୍ଘ ୯ବର୍ଷ ପରେ ମୁମ୍ବାଇ ଆସୁଛି।

ଏଥିପାଇଁ ବେବି ମୋଶେ ଆଜି ସକାଳେ ମୁମ୍ବାଇରେ ଆସି ପହଞ୍ଚିଛନ୍ତି। ମୁମ୍ବାଇରେ ପହଞ୍ଚିବା ପରେ ମୋଶେଙ୍କ ସମ୍ପର୍କୀୟ କହିଛନ୍ତି- ‘ମୋଶେ ମୁମ୍ବାଇ ଆସି ବହୁତ ଖୁସି। ମୁମ୍ବାଇ ଆଗ ଅପେକ୍ଷା ଅଧିକ ସୁରକ୍ଷିତ।‘

୨୬/୧୧ ମୁମ୍ବାଇ ଆକ୍ରମଣରେ ମୋସେଙ୍କ ବାପା ମା’ ପ୍ରାଣ ହରାଇଥିଲେ। ଏହି ସମୟରେ ମୋଶେଙ୍କୁ ମାତ୍ର ୨ବର୍ଷ ହୋଇଥିଲା। ଅଳ୍ପକେ ସେ ଏଥିରୁ ବଞ୍ଚିଯାଇଥିଲେ। ଆକ୍ରମଣ ସମୟରେ ମୋଶେ ଓ ତାଙ୍କ ବାପା-ମା ମୁମ୍ବାଇର ନରିମାନ ହାଉସରେ ରହୁଥିଲେ।

ନରିମାନ ହାଉସ ଉପରେ ବି ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏହି ନରିମାନ ହାଉସକୁ ଏବେ ଚାବାଡା ହାଉସ କୁହାଯାଉଛି। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତ୍ୟାନାହୁ ଆସନ୍ତାକାଲି ମୁମ୍ବାଇ ଗସ୍ତରେ ଯିବେ। ଆଉ ଏହି ଗସ୍ତ ବେଳେ ନେତାନ୍ୟାହୁଙ୍କ ସହ ସାମିଲ ହେବେ ବେବି ମୋଶେ । ୧୮ ତାରିଖରେ ନେତ୍ୟାନାହୁ ଓ ମୋଦିଙ୍କ ସହ ମୋଶେ ଯିବେ ଚାବାଡ ହାଉସ।

ଗତବର୍ଷ ଇସ୍ରାଏଲ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦି ମୋଶେଙ୍କୁ ସାକ୍ଷାତ୍ କରି ଭାରତ ଆସିବାକୁ ନିମନ୍ତ୍ରଣ କରିଥିଲେ।

Comment