ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାର ରାଜ୍ୟପାଳ ବୁଧବାର ଭାବେ ଶପଥ ଗ୍ରହଣ କରିଛନ୍ତି ସତ୍ୟପାଲ ମଲ୍ଲିକ। ରାଜଭବନରେ ହାଇକୋର୍ଟ ମୁଖ୍ୟ ବିଚାରପତି ବିନିଥ୍ ସରନ୍ ତାଙ୍କୁ ସତ୍ୟପାଠ କରାଇଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

ସତ୍ୟପାଲ ଏବେ ବିହାର ରାଜ୍ୟପାଳ ଅଛନ୍ତି। ୨୦୧୭ ସେପ୍ଟେମ୍ବର ୩୦ରେ ତାଙ୍କୁ ବିହାର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଥିଲା। ଓଡ଼ିଶା ରାଜ୍ୟପାଳ ଡକ୍ଟର ଏସ୍‌ସି ଜମିରଙ୍କ କାର୍ଯ୍ୟକାଳ ମଙ୍ଗଳବାର ଶେଷ ହେବା ପରେ ସତ୍ୟପାଲଙ୍କୁ ଓଡ଼ିଶା ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି।

ବୁଧବାର ଅପରାହ୍ଣରେ ସତ୍ୟପାଲ ମଲ୍ଲିକ ଭୁ୍ବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ। ତାଙ୍କୁ ସ୍ୱାଗତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବାଚସ୍ପତି ପ୍ରଦୀପ କୁମାର ଅମାତ। ଏହାପରେ ସତ୍ୟପାଲ ସିଧାସଳଖ ରାଜଭବନକୁ ଯାଇଥିଲେ। ସେଠାରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା। ପରେ ସେ ଓଡ଼ିଶା ରାଜ୍ୟପାଳ ଭାବେ ଶପଥ ନେଇଥିଲେ।

Comment