ଓଡ଼ିଶାଲାଇଭ୍‌ ବ୍ୟୁରୋ

‘ଆମ ଗାଁ ଆମ ବିକାଶ’କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫୦୬ଟି ପ୍ରକଳ୍ପ ପାଇଁ ୩୫.୮୪ କୋଟି ଟଙ୍କାର ମଞ୍ଜୁର କରିଛନ୍ତି।

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାରଦିନ ୧୫୦୬ଟି ପ୍ରକଳ୍ପ ପାଇଁ ୩୫.୮୪ କୋଟି ଟଙ୍କାର ମଞ୍ଜୁର କରିଛନ୍ତି।

ଏହି ପ୍ରକଳ୍ପଗୁଡିକ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ବ୍ଲକର ୧୨ଟି ପଞ୍ଚାୟତର ୮୭ଟି ପ୍ରକଳ୍ପ ପାଇଁ ୨.୮୩କୋଟି, ମାଲକାନଗିରି ଜିଲ୍ଲା କୋରକୁଣ୍ଡା ବ୍ଲକର ୧୧ ପଞ୍ଚାୟତର ୧୪୩ଟି ପ୍ରକଳ୍ପ ପାଇଁ ୨.୨୦କୋଟି, କଟକ ଜିଲ୍ଲା ବାଙ୍କି ବ୍ଲକର ୨୦ଟି ପଞ୍ଚାୟତର ୩୨୩ଟି ପ୍ରକଳ୍ପ ପାଇଁ ୪.୮୮କୋଟି, ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକର ୨୧ ପଞ୍ଚାୟତର ୨୧୬ଟି ପ୍ରକଳ୍ପ ପ୍ରକଳ୍ପ ପାଇଁ ୫.୨୮କୋଟି, କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ୩୦ଟି ପଞ୍ଚାୟତର ୨୬୮ଟି ପ୍ରକଳ୍ପ ପାଇଁ ୭.୬୩କୋଟି, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକର ୨୬ଟି ପଞ୍ଚାୟତର ୨୩୬ଟି ପ୍ରକଳ୍ପ ପାଇଁ ୬.୫୦କୋଟି ଓ ପୁରୀ ଜିଲ୍ଲା କଣାସ ବ୍ଲକର ୨୮ଟି ପଞ୍ଚାୟତର ୨୮ଟି ପ୍ରକଳ୍ପ ପାଇଁ ୬.୫୨ କୋଟି ଟଙ୍କା ମଞ୍ଜୁର କରାଯାଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏ ଟଙ୍କା ଆପଣମାନଙ୍କର, ଓଡ଼ିଶାବାସୀଙ୍କର ବୋଲି କହିଥିଲେ। ଏଥିସହ ପ୍ରକଳ୍ପ ଗୁଡିକର କାର୍ଯ୍ୟକୁ ଶୀଘ୍ର ଏବଂ ଭଲ ଭାବରେ କରିବା ପାଇଁ ଗ୍ରାମବାସୀ ଓ ପ୍ରତିନିଧିଙ୍କୁ ପରାମର୍ଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ, ସମ୍ପୃକ୍ତ ଅଞ୍ଚଳର ଏମ୍‌ପି, ବିଧାୟକ, ଜିଲାପାଳ ଓ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Comment