ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ‘ମୁନ୍ନାଭାଇ’ ଓରଫ୍‍ ସଞ୍ଜୟ ଦତ୍ତଙ୍କ ଅପକମିଂ ମୁଭିସାହେବ ବିବି ଔର୍ ଗ୍ୟାଙ୍ଗଷ୍ଟରଜୁଲାଇ ୨୭ ତାରିଖରେ ରିଲିଜ୍ ହେବାକୁ ଯାଉଛି ଆସନ୍ତୁ ଜାଣିବା ଏହି ସିନେମା ସମ୍ପର୍କରେ କିଛି ଖାସ୍‌ କଥା

ଅଭିନେତା ସଞ୍ଜୟ ଦତ୍ତଙ୍କ ନୂଆ ସିନେମା ‘ସାହେବ ବିବି ଔର୍ ଗ୍ୟାଙ୍ଗଷ୍ଟର-୩’ ହେଉଛି ୨୦୧୧ରେ ରିଲିଜ୍‌ ହୋ‍ଇଥିବା ‘ସାହେବ ବିବି ଔର୍ ଗ୍ୟାଙ୍ଗଷ୍ଟର’ ଫିଲ୍ମର ସିକ୍ୱେଲ୍। ଏହି ଚଳଚ୍ଚିତ୍ର ୨୦୧୧ରେ ପରଦାକୁ ଆସିଥିଲା ଓ ବକ୍ସ ଅଫିସରେ ସୁପରହିଟ୍ ମଧ୍ୟ ହୋଇଥିଲା। ଏହି ସିନେମାର ନିର୍ଦ୍ଦେଶନା ଦେଇଥିଲେ ତିଗମାଂଶୁ ଧୂଲିଆ। ଏହାପରେ ଏହାର ସିକ୍ୱେଲ ‘ସାହେବ ବିବି ଔର୍‌ ଗ୍ୟାଙ୍ଗଷ୍ଟର୍ ରିଟର୍ଣ୍ଣସ’ ରିଲିଜ୍ ହୋଇଥିଲା ୨୦୧୩ରେ।

ଏହାର ନୂଆ ସିରିଜ୍ ହେଲା ‘ସାହେବ ବିବି ଔର୍ ଗ୍ୟାଙ୍ଗଷ୍ଟର୍-୩’। ସଞ୍ଜୟ ଦତ୍ତ, ଚିତ୍ରାଙ୍ଗଦା ସିଂହ, ମାହି ଗିଲ୍, ଜିମି ସେରଗିଲ୍, କବୀର ବେଦୀ ଓ ନଫିସା ଅଲ୍ଲୀ ପ୍ରମୁଖ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହି ସିନେମା ଜରିଆରେ ଦୀର୍ଘ ୩୦ ବର୍ଷ ପରେ ସଞ୍ଜୟ ଦତ୍ତ ଓ କବୀର ବେଦୀ ଏକାଠି କାମ କରିଛନ୍ତି। ଶେଷଥର ପାଇଁ ଏ ଦୁହେଁ ‘ୟଲଗାର୍’ ଫିଲ୍ମରେ ଏକାଠି ନଜର ଆସିଥିଲେ।

‘ସାହେବ୍ ବିବି ଔର୍ ଗ୍ୟାଙ୍ଗଷ୍ଟର-୩’ର ପୋଷ୍ଟର ରିଲିଜ୍ ଅବସରରେ ଅବସରରେ ସଞ୍ଜୟ ଦତ୍ତ ଟ୍ୱିଟ୍ କରି ଲେଖିଛନ୍ତି ଯେ ‘ଏଥର ଖେଳରେ ଅଛି ଅଧିକ ବିପଦ ଓ ଅଧିକ ମଜା’। ଏହାର ଟ୍ରେଲର ଜୁନ୍ ୩୦ ତାରିଖରେ ରିଲିଜ୍ ହୋଇଛି।

ଗ୍ୟାଙ୍ଗଷ୍ଟର ଭୂମିକାରେ ନଜର ଆସିଥିବା ନାୟକ

‘ସାହେବ୍ ବିବି ଔର୍‌ ଗ୍ୟାଙ୍ଗଷ୍ଟର-୩’ରେ ଗ୍ୟାଙ୍ଗଷ୍ଟର ଭୂମିକାରେ ଅଛନ୍ତି ସଞ୍ଜୁବାବା ଓରଫ ସଞ୍ଜୟ ଦତ୍ତ। ଏଥିରେ ତାଙ୍କର ଏକ ଦମ୍‌ଦାର ସଂଳାପ ରହିଛି, ଯାହା ଏବେ ଖୁବ୍ ଚର୍ଚ୍ଚାରେ ରହିଛି। ତାହା ହେଲା- ‘ମେରେ ବାରେମେଁ ଯୋ ଭି ସୁନାହୋଗା, ବୁରା ହି ସୁନା ହୋଗା’।

ଏହା ପୂର୍ବରୁ ‘ସାହେବ ବିବି ଔର୍ ଗ୍ୟାଙ୍ଗଷ୍ଟର ରିଟର୍ଣ୍ଣସ’ ଫିଲ୍ମରେ ଦକ୍ଷ ଅଭିନେତା ଇରଫାନ୍ ଖାନ୍ ନଜର ଆସିଥିଲେ ‘ଗ୍ୟାଙ୍ଗଷ୍ଟର’ ଭୂମିକାରେ। ଏହି ସିରିଜର ପ୍ରଥମ ସିନେମା ‘ସାହେବ ବିବି ଔର ଗ୍ୟାଙ୍ଗଷ୍ଟର’ରେ ରଣଦୀପ୍ ହୁଡା ଥିଲେ ଗ୍ୟାଙ୍ଗଷ୍ଟର ଚରିତ୍ରରେ। ତେବେ ଏହି ଫିଲ୍ମର ପ୍ରତିଟି ସିରିଜ୍‌ରେ ରହିଆସିଛନ୍ତି ମାହି ବଲ୍ ଓ ଜିମି ସେରଗିଲ୍।

ପ୍ରଥମ ଥର ପାଇଁ ସଞ୍ଜୟଚିତ୍ରାଙ୍ଗଦା ଏକାଠି

ବଲିଉଡର ଜଣାଶୁଣା ଅଭିନେତା ସଞ୍ଜୟ ଦତ୍ତଙ୍କ ସହ ଶ୍ରୀଦେବୀଙ୍କଠାରୁ ଆରମ୍ଭକରି ଆଜିକାର କେତେକ ହିରୋଇନ୍ କାମ କରିଛନ୍ତି। ଏଥିରେ ଏବେ ସାମିଲ୍ ହୋଇଛନ୍ତି ଚିତ୍ରାଙ୍ଗଦା ସିଂହ। ‘ସାହେବ ବିବି ଔର ଗ୍ୟାଙ୍ଗଷ୍ଟର-୩’ ହେଉଛି ସଞ୍ଜୟ-ଚିତ୍ରାଙ୍ଗଦା ଯୋଡ଼ିଙ୍କର ପ୍ରଥମ ହିନ୍ଦୀ ସିନେମା। ଏହି ଫିଲ୍ମରେ ସଞ୍ଜୟ ଦତ୍ତଙ୍କ ପ୍ରେମିକା ଭୂମିକାରେ ଅଭିନୟ କରିଛନ୍ତି ଚିତ୍ରାଙ୍ଗଦା।

ଏହି ଅପକମିଂ ମୁଭିରେ ସୋହା ଅଲ୍ଲୀ ଖାନଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଏଥିରେ ମାହି ଗିଲ୍ ଜିମି ସେରଗିଲଙ୍କ ପତ୍ନୀ ଭୂମିକାରେ ଦେଖା ଦେବେ।

ଜିମି ଜଣେ ଅର୍ଥ ଓ କ୍ଷମତା ଲିପ୍‌ସୁ ବ୍ୟକ୍ତି ଭୂମିକାରେ ଅଛନ୍ତି ଏହି ସିନେମାରେ। ଆଗରୁ ସଞ୍ଜୟ ଦତ୍ତଙ୍କ ସହିତ ଜିମି ‘ମୁନ୍ନାଭାଇ ଏମ୍‌ବି ବିଏସ୍’ରେ କାମ କରିଥିଲେ।

Comment