ଓଡ଼ିଶାଲାଇଭ୍‌ ବ୍ୟୁରୋ

ମଙ୍ଗଳବାର ଦିନ ବଲିଉଡ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ନିଜର ଇଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡ଼ିଓ ସେୟାର କରିଛନ୍ତି। କ୍ୟାନସର ଚିକିତ୍ସା ପାଇଁ ତାଙ୍କ କେଶ କଟାଯାଉଥିବା ସମୟର ଏହି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ସୋନାଲି ଏହି ଭିଡିଓରେ ଭାବପ୍ରବଣ ହୋଇପଡ଼ିଛନ୍ତି। ଯେଉଁମାନେ ତାଙ୍କର ସୁସ୍ଥତା ପାଇଁ ପ୍ରାର୍ଥନା କରୁଛନ୍ତି ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ସୋନାଲି। ଏହି ଜଟିଳ ସମୟରେ ତାଙ୍କ ମନୋବଳ ବଢ଼ାଇବା ପାଇଁ ଫ୍ୟାନ୍‌ମାନଙ୍କୁ ସେ ଅନୁରୋଧ କରିଛନ୍ତି।

“ପ୍ରତ୍ୟେକ ଦିନ ଅନେକ ଲୋକ ଏହି ରୋଗ ସହ ସଂଘର୍ଷ କରୁଛନ୍ତି। କିଏ ଜିତୁଛି ତ ଆଉ କିଏ ହାରିଯାଉଛି। ସବୁକିଛି ସରିନାହିଁ, ଆଜି ବି ମୋର ଦୃଢ଼ ବିଶ୍ୱାସ ରହିଛି। ମୁଁ କେବେ ବି ଏହି ବିଶ୍ୱାସ ହାରିବି ନାହିଁ”, ଲେଖିଛନ୍ତି ସୋନାଲି।

ସୋନାଲି ଅପଲୋଡ କରିଥିବା ଏହି ଭିଡିଓରେ ତାଙ୍କ ସ୍ଵାମୀ ଗୋଲ୍ଡି ବେହେଲ ମଧ୍ୟ ନଜର ଆସୁଛନ୍ତି।

ସୋନାଲୀ ବେନ୍ଦ୍ରେ ମେଟାଷ୍ଟାଟିକ କ୍ୟାନସ୍‌ରରେ ପୀଡ଼ିତ ଅଛନ୍ତି। ଏହି ରୋଗ ପାଇଁ ସୋନାଲୀ ବର୍ତ୍ତମାନ ନ୍ୟୁୟର୍କରେ ରହି ଚିକିତ୍ସିତ ହେଉଛନ୍ତି।

ସୋନାଲି କର୍କଟ ରୋଗରେ ପୀଡ଼ିତ ଥିବା ଖବର ତାଙ୍କ ପ୍ରଶଂସକମାନଙ୍କୁ ମର୍ମାହତ କରିଛି। କର୍କଟ ରୋଗର ଶିକାର ହେବା ପରେ ନିଜେ ସୋନାଲି ଏ ବିଷୟରେ ଜଣାଇବା ପରେ ସମସ୍ତେ ତାଙ୍କର ସୁସ୍ଥତା ପାଇଁ କାମନା କରିଛନ୍ତି।

ନ୍ୟୁୟର୍କରେ ତାଙ୍କର ଚିକିତ୍ସା ଆରମ୍ଭ ହେବାରୁ ତାଙ୍କୁ ଜି ଟିଭିରେ ପ୍ରସାରିତ ହେଉଥିବା ରିୟାଲିଟି ସୋ’ ଇଣ୍ଡିଆଜ୍‌ ବେଷ୍ଟ ଡ୍ରାମେବାଜ୍‌କୁ ଛାଡ଼ିବାକୁ ପଡ଼ିଛି। ସମସ୍ତେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ଥିବାରୁ ସୋନାଲି ନିୟମିତ ଭାବେ ସୋସିଆଲ ମିଡିଆ ମାଧ୍ୟମରେ ଚିକିତ୍ସା  ଖବର ତାଙ୍କ ପ୍ରଶଂସକମାନଙ୍କୁ ଜଣାଉଛନ୍ତି।

Comment