ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଭେଟାଭେଟି ହୋଇଛନ୍ତି। ବିହାରରେ ଆସନ ଭାଗବଣ୍ଟାକୁ ନେଇ ଲାଗିରହିଥିବା ବିବାଦର ସମାଧାନ ହୋଇପାରେ।

୨୦୧୯ ନିର୍ବାଚନ ପୂର୍ବରୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ଏହି ଆଧାରରେ ଗୁରୁବାରଦିନ ବିହାରରେ ପହଞ୍ଚିଛନ୍ତି। ଏହି ଗସ୍ତ ଅବସରରେ ଅମିତ ଶାହ ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ମଧ୍ୟରେ ଦୀର୍ଘ ୪୫ମିନିଟ ଧରି ଆଲୋଚନା ହୋଇଛି।

ଏହି ଆଲୋଚନା ପରେ ଉଭୟ ଦଳ ମଧ୍ୟରେ ଆଗାମୀ ନିର୍ବାଚନରେ ଆସନ ବୁଝାମଣାକୁ ନେଇ ଦେଖା ଦେଇଥିବା ବିବାଦର ସମାଧାନ ହୋଇଥିବା ଆଶା କରାଯାଉଛି। ଆଲୋଚନା ହେବା ପରେ ଉଭୟଙ୍କ ପକ୍ଷରୁ କିଛି କୁହଯାଇନଥିଲେ ମଧ୍ୟ ଆସନ ବଣ୍ଟାକୁ ନେଇ ଦୁହିଁଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡ଼ିଛି।

ନୀତିଶ-ଶାହଙ୍କ ଏହି ସାକ୍ଷାତକାର ସମୟରେ ବିହାର ଉପ-ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି, ବିଜେପି ନେତା ଭୁପେନ୍ଦ୍ର ଯାଦବ, ନିତ୍ୟାନନ୍ଦ ରାୟ ପ୍ରମୁଖ ଉପସ୍ଥିତ ଥିଲେ।

ଲୋକସଭା ନିର୍ବାଚନକୁ ଆଉ ମାତ୍ର ୮ମାସ ରହିଛି। ଏହାକୁ ଦୃଷ୍ଟିରେ ରଖି ବିଜେପି ସହ ମେଣ୍ଟ କରିଥିବା ସମସ୍ତ ରାଜନୈତିକ ଦଳ ଆସନ ବୁଝାମଣାକୁ ନେଇ ବିଜେପି ଉପରେ ଚାପ ପ୍ରୟୋଗ କରିବା ଆରମ୍ଭ କରଛନ୍ତି।

ବିହାରରେ ସବୁଠାରୁ ଲୋକପ୍ରିୟ ହେଉଛନ୍ତି ନୀତିଶ କୁମାର। ଏହି ଆଧାରରେ ତେବେ ଲୋକସଭା ନିର୍ବାଚନରେ ଜେଡିୟୁ ଅଧିକ ସିଟ୍ ଦାବି କରୁଥିବା ଜଣାପଡ଼ିଛି।

ବିହାରରେ ମୋଟ୍‍ ୪୦ଟି ଲୋକସଭା ଆସନ ରହିଛି। ସେଥିମଧ୍ୟରୁ ଗତ ନିର୍ବାଚନରେ ଏନଡିଏକୁ ୩୧ଟି ଆସନରେ ବିଜୟୀ ହୋଇଥିଲା।

ସେତେବେଳେ ଜେଡିୟୁ ଏକାକୀ ନିର୍ବାଚନ ମଇଦାନରେ ଥିଲା। ଜେଡିୟୁ ପ୍ରାର୍ଥୀ ମୋଟ୍‍ ୨ଟି ଆସନରେ ବିଜୟୀ ହୋଇଥିଲେ। ତେବେ ଆସନ୍ତା ନିର୍ବାଚନରେ ବିଜେପିକୁ ୧୭ଟି ଆସନ ଛାଡ଼ିବାକୁ ଜେଡିୟୁ ଚାହୁଁଛି। ଅବଶିଷ୍ଟ ଆସନ ଏନଡିଏ ସମର୍ଥିତ ଏଲଜେପି ଓ ଅନ୍ୟାନ୍ୟ ଦଳକୁ ଦେବାକୁ ଜେଡିୟୁ ଚିନ୍ତା କରୁଛି। ଯଦି ବିଜେପି ଏଥିରେ ରାଜି ନହୁଏ ତେବେ ଜେଡିୟୁ ଆଗାମୀ ନିର୍ବାଚନରେ ଏକାକୀ ଲଢ଼ିବ ବୋଲି ଆଗରୁ କହିସାରିଛି।

ଦିଲ୍ଲୀରେ ଜେଡିୟୁର ଜାତୀୟ କାର୍ଯ୍ୟକାରିଣୀ ସରିଲାପରେ ବିହାରର ସିଟ ଭାଗବଣ୍ଟାକୁ ନେଇ ବିବାଦ ଦେଖାଯାଇଥିଲା।

Comment