ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଇଂଲଣ୍ଡର ମହିଳା କ୍ରିକେଟର ଡେନିୟଲ ୱେଟଙ୍କ ସହ ଲଞ୍ଚ୍ କରିଛନ୍ତି।

୧୯ ବର୍ଷରୁ କମ୍‌ ଆନ୍ତର୍ଜାତିକ କ୍ରିକେଟରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ପଦାର୍ପଣ କରିସାରିଛନ୍ତି।

କିଛି ଦିନ ତଳେ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରେ ପଦାର୍ପଣ କରି ସେ ସେଭଳି କିଛି ଖାସ୍‌ ପ୍ରଦର୍ଶନ କରିପାରି ନାହାନ୍ତି ଓ ଦିନିକିଆ ସିରିଜରୁ ବାଦ୍‌ ପଡିଛନ୍ତି।

ଏବେ ସେ ବ୍ରେକ୍‌ ନେଇ ଇଂଲଣ୍ଡରେ ଛୁଟି କଟାଉଛନ୍ତି। ତେବେ ଏକ ଭିନ୍ନ କାରଣ ପାଇଁ ସେ ଚର୍ଚ୍ଚାକୁ ଆସିଛନ୍ତି। ଇଂଲଣ୍ଡ ତାରକା ମହିଳା କ୍ରିକେଟର ଡେନିୟଲ୍ ୱେଟଙ୍କ ସହ ଲଣ୍ଡନର ଏକ ଫାଷ୍ଟ ଫୁଡ୍‌ ରେଷ୍ଟୁରାଣ୍ଟରେ ଏକାଠି ଲଞ୍ଚ କରି ସମସ୍ତଙ୍କ ନଜରକୁ ଆସିଛନ୍ତି।

ଲଞ୍ଚ୍‌ କରୁଥିବା ବେଳର ଫଟୋକୁ ସେୟାର କରିଛନ୍ତି ଅର୍ଜୁନ ତେନ୍ଦୁଲକର। ପୂର୍ବରୁ ମଧ୍ୟ ପଡ଼ିଆରେ ଡେନିୟଲଙ୍କ ସହ ପ୍ରାକ୍ସିସ୍ କରୁଥିବା ନଜର ଆସିଥିଲା।

୧୮ ବର୍ଷୀୟ ଅର୍ଜୁନ ତେନ୍ଦୁଲକରଙ୍କୁ ଇଂଲଣ୍ଡର ମହିଳା କ୍ରିକେଟର ଡେନିୟଲ୍‌ ୱେଟ୍ ମଧ୍ୟ ଟୁଇଟ୍‌ କରି ତାଙ୍କ ଖୁସି ଜାହିର କରିଥିଲେ।

ପୂର୍ବରୁ ଡେନିୟଲ ବିରାଟ କୋହଲିଙ୍କୁ ବାହା ହେବା ପାଇଁ ପ୍ରପୋଜ୍‌ କରିଥିଲେ। ସୋସିଆଲ୍ ମିଡିଆରେ ସେ ‘କୋହଲି ମ୍ୟାରି ମି’ ଲେଖିବା ଡେନିୟଲଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା।

ଯଦିଓ ସେ ସମୟରେ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ରିଲେସନସିପ୍‌ରେ ଥିଲେ। ତେଣୁ ଡେନିୟଲ ବିରାଟଙ୍କୁ ପସନ୍ଦ କରିବା କଥା ସ୍ୱୀକାର କରି ବିବାହ ପାଇଁ ଯେଉଁ ପ୍ରସ୍ତାବ ରଖିଥିଲେ ତାକୁ ଥଟ୍ଟା କହି ଏଡ଼ାଇ ଦେଇଥିଲେ।

ଡେନିୟଲ ଏବଂ ଅର୍ଜୁନ ଭଲ ବନ୍ଧୁ। ଏକ ମ୍ୟାଚ୍‌ ସମୟରେ ଉଭୟଙ୍କର ଭେଟ ହୋଇଥିଲା। ଅର୍ଜୁନ କିଛି ବର୍ଷ ହେବ ଇଂଲଣ୍ଡରେ କ୍ରିକେଟ୍‌ ତାଲିମ୍ ନେଉଛନ୍ତି।

୨୮ ବର୍ଷୀୟା ୱେଟ୍ ଇଂଲଣ୍ଡ ପାଇଁ ୬୧ଟି ଦିନିକିଆ ଓ ୮୩ଟି ଟି୨୦ ମ୍ୟାଚ୍‌ ଖେଳି ବେଶ୍‌ ସଫଳତା ହାସଲ କରିଛନ୍ତି।

Comment