ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ବଲିଉଡର ଟ୍ରାଜେଡ଼ି କିଙ୍ଗ ଦିଲ୍ଲୀପ କୁମାରଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ। ଆଜି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ବଲିଉଡର ଟ୍ରାଜେଡ଼ି କିଙ୍ଗ୍ ଦିଲ୍ଲୀପ କୁମାରଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବା ଖବର ପ୍ରକାଶ ପାଇଛି। ତାଙ୍କୁ ଆଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦିଲ୍ଲୀପ କୁମାରଙ୍କର ଅଫିସିଆଲ୍ ଟୁଇଟର୍ ଆକାଉଣ୍ଡରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ସୂଚନା ଦିଆଯାଇଛି।

ସେ ଏବେ ମୁମ୍ବାଇର ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଛାତିରେ ସଂକ୍ରମଣ ହୋଇଥିଲା। ଏହାଛଡ଼ା ସେ ଛାତିରେ କଷ୍ଟ ଅନୁଭବ ମଧ୍ୟ କରୁଥିଲେ। ସେଥିପାଇଁ ସେ ଦୀର୍ଘଦିନ ହେଲା ଅସୁସ୍ଥ ଅନୁଭବ କରୁଥିଲେ। ସେଠାକାର ଡାକ୍ତରଙ୍କ ମତରେ, ତାଙ୍କ ଅବସ୍ଥାରେ ସୁଧାର ଆସୁଛି। ତାଙ୍କ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବା ଆବଶ୍ୟକତା ରହିଛି।

ଲୀଲାବତୀ ହସ୍ପିଟାଲର ଡାକ୍ତରମାନେ ଦିଲ୍ଲୀପ କୁମାରଙ୍କର ସ୍ୱାସ୍ଥ୍ୟ ଅବସ୍ଥାର ଦେଖାଶୁଣା କରୁଛନ୍ତି। ତାଙ୍କୁ ଏବେ ୯୫ ବର୍ଷ ହୋଇଛି। ସେ ଆଜିକାଲି କୌଣସି ଉତ୍ସବରେ ମଧ୍ୟ ନଜର ଆସୁନାହାନ୍ତି। ତାଙ୍କର ଦେଖାଶୁଣା ତାଙ୍କ ପତ୍ନୀ ସାଏରା ବାନୋ କରୁଛନ୍ତି। ବିଗତ କିଛି ମାସ ମଧ୍ୟରେ ବଲିଉଡ଼ର ଅନେକ ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କ ଘରକୁ ଯାଇ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ଅବଗତ ହେଉଛନ୍ତି।

ଦିଲ୍ଲୀପଙ୍କ ଜନ୍ମ ୧୧ ଡିସେମ୍ବର, ୧୯୨୨ରେ ପେଶାୱର ବା ପାକିସ୍ଥାନ ସହରରେ ହୋଇଥିଲା। ସେ ୧୯୪୪ରେ ଫିଲ୍ମ ‘ଜ୍ୱାର ଭାଟା’ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ। କ୍ରାନ୍ତି, ମୁଗଲେ ଏ ଆଜମ୍, ଦେବଦାସ, ଗଙ୍ଗା ଜମୁନା, ମଧୁମତୀ, ନୟା ଦୋର, କୋହିନୂର, ରାମ ଔର ଶ୍ୟାମ, ଆଜାଦ, ସୌଦାଗର ଭଳି ଅନେକ ହିଟ୍ ଫିଲ୍ମରେ ତାଙ୍କର ଜାଦୁ ଦେଖାଇସାରିଛନ୍ତି। ତାଙ୍କୁ ପାକିସ୍ତାନର ସର୍ବୋଚ୍ଚ ସମ୍ମାନ ନିଶାନ-ଏ-ଇମ୍‌ତିୟାଜରେ ସମ୍ମାନିତ କରାଯାଇସାରିଛି।

Comment