ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତୁ କିପରି ପ୍ରସ୍ତୁତ କରିବା ସୁସ୍ୱାଦୁ ଆପଲ୍‌ ମିଲ୍କ ସେକ୍‌।

ଆବଶ୍ୟକୀୟ ସାମଗ୍ରୀ :

୨ଟି ସେଓ, ୫୦୦ଗ୍ରାମ୍‌ କଞ୍ଚାକ୍ଷୀର, ୩ଚାମଚ ଚିନି, ଆଇସ୍‌କ୍ରିମ୍‌, ଚକ୍‌ଲେଟ୍‌ ସେରମ୍‌, କିଛି ବରଫଖଣ୍ଡ, କାଜୁ ଓ କିସ୍‌ମିସ୍‌।

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ସେଓରୁ ଚୋପା ଛଡ଼ାଇ ମଞ୍ଜିକୁ ବାହାର କରି ଦିଅନ୍ତୁ। ଏହାପରେ ମିକ୍ସର ଜାର୍‌ରେ ୫୦୦ଗ୍ରାମ୍‌ ଥଣ୍ଡାକ୍ଷୀର, ସେଓ ଓ ବରଫକୁ ନେଇ ଭଲଭାବରେ ଗ୍ରାଇଣ୍ଡିଂ କରି ଦିଅନ୍ତୁ।

ଏବେ ସେଥିରେ କାଜୁ ଓ ୩ଚାମଚ ଚିନିକୁ ମିଶାନ୍ତୁ। ଏହାକୁ ପାଖାପାଖି ୧ରୁ ୨ମିନିଟ୍‌ ପର୍ଯ୍ୟନ୍ତ ଗ୍ରାଇଣ୍ଡିଂ କରନ୍ତୁ। ଏବେ ଏହାକୁ ଗୋଟିଏ କାଚ ଗ୍ଲାସ୍‌ରେ ଢାଳି ଉପରେ ଆଇସ୍କ୍ରିମ୍‌, କିସ୍‌ମିସ୍‌ ରଖି ଚକଲେଟ୍‌ ସେରମ୍‌ରେ ସଜାନ୍ତୁ।

ପ୍ରସ୍ତୁତ ହୋଇଗଲା ଆପଣଙ୍କର ସୁସ୍ୱାଦୁ ଆପଲ୍‌ ମିଲ୍କ ସେକ୍‌।

Comment