ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ୱ କ୍ରିକେଟରେ ଅନ୍ୟତମ ସଫଳ ଅଧିନାୟକ ଥିବା ମହେନ୍ଦ୍ର ସିଂ ଧୋନିଙ୍କ ସହିତ ତୁଳନା କରାଯିବା ନେଇ ବିରକ୍ତି ପ୍ରକାଶ କରିଛନ୍ତି ଯୁବ ୱିକେଟ କିପର ରିଷଭ ପନ୍ତ।

ନିକଟରେ ଶେଷ ହୋଇଥିବା ଇଣ୍ଡିଜ ବିପକ୍ଷ ସିରିଜରେ ଧୋନିଙ୍କୁ ସାମିଲ କରାଯାଇ ନଥିବା ବେଳେ ଅଷ୍ଟ୍ରେଲିଆ ବିପକ୍ଷ ମୁକାବିଲାରେ ତାଙ୍କୁ ସ୍ଥାନ ମିଳିନାହିଁ। ଧୋନିଙ୍କ ସ୍ଥାନରେ ପନ୍ତଙ୍କୁ ସୁଯୋଗ ଦିଆଯାଇଛି। ପନ୍ତ ଟେଷ୍ଟ, ଦିନିକିଆ ଓ ଟି-୨୦ ଫର୍ମାଟରେ ଖେଳୁଛନ୍ତି।

୨୦୧୯ ବିଶ୍ୱକପ୍ ପୂର୍ବରୁ ଟିମ୍ ମ୍ୟାନେଜମେଣ୍ଟ ପନ୍ତଙ୍କୁ ଧୋନିଙ୍କ ଉତ୍ତରାଧିକାରୀ ଭାବେ ପ୍ରସ୍ତୁତ କରୁଛି। ଧୋନିଙ୍କ ସହ ତାଙ୍କ ତୁଳନା କରାଯିବାକୁ ନେଇ ନାପସନ୍ଦ କରିଛନ୍ତି।

“କାହା ସହିତ ପ୍ରତିଯୋଗିତା କରିବା ପାଇଁ କ୍ରିକେଟ୍ ଖେଳୁନାହିଁ। ଏପରି ତୁଳନାକୁ ମୁଁ ବିଶ୍ୱାସ କରେ ନାହିଁ”, କହିଛନ୍ତି ପନ୍ତ।

ମାହି ଭାଇଙ୍କ ନିକଟକୁ ଯାଇ ଅନେକ କଥା ଶିଖିଥାଏ। ମାତ୍ର ୨୧ ବର୍ଷ ୧୭ ଦିନ ବୟସରେ ତିନିଟି ଫର୍ମାଟରେ ଖେଳିବାରେ ପନ୍ତ ଭାରତୀୟ ଦଳର ଦ୍ୱିତୀୟ ଯୁବ ଖେଳାଳି। ପନ୍ତଙ୍କ ପୂର୍ବରୁ ୧୯ ବର୍ଷ ୧୫୨ ଦିନ ବୟସରଙ୍କ ଦ୍ରୁତ ବୋଲର ତିନି ଫର୍ମାରେ ଭାରତୀୟ ଦଳରେ ଡେବ୍ୟୁ କରିଥିଲେ।

Comment