ଓଡ଼ିଶାଲାଇଭ୍ ବ୍ୟୁରୋ

ଭିଜିଲାନ୍ସ ଜାଲରେ କୋଟିପତି ଫାର୍ମାସିଷ୍ଟ। ମୟୂରଭଞ୍ଜ ଜିଲ୍ଲାର ରଙ୍ଗାମାଟିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଫାର୍ମାସିଷ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛନ୍ତି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଫାର୍ମାସିଷ୍ଟ ସନ୍ଦୀପ କୁମାର ପତିଙ୍କ ରଙ୍ଗାମାଟିଆ ଅଫିସ, ଵାରିପଦାର ତୁଳସୀ ଚଉରାସ୍ଥିତ ପୈତୃକ ବାସଭବନ ଏବଂ ଭଡା ଲାଗିଥିବା ଏକ ତିନି ମହଲା କୋଠା ଘରେ ଏହି ଚଢ଼ାଉ କରାଯାଇଛି।

ଫାର୍ମାସିଷ୍ଟଙ୍କର ଚାକିରି ଗତ ଛଅ ପୂର୍ବରୁ ରେଗୁଲାର କରାଯାଇଥିଲା।

ଚଢ଼ଉ ବେଳେ ନଗଦ ୬୦ ହଜାର ଟଙ୍କା, ଜମିଜମା କାଗଜପତ୍ର ସହ ବ୍ୟାଙ୍କ ପାସବୁକ୍ ଜବତ କରାଯାଇଛି। ତେବେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଥିବା ଜଣାପଡ଼ିଛି। ଆକଳନ ପରେ ମୋଟ ସମ୍ପତ୍ତିର ହିସାବ ଜଣା ପଡିବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି।

Comment