ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଓଡ଼ିଶା ବିଧାନସଭାର ଦ୍ୱିତୀୟ ଦିନରେ ବିରୋଧୀ ଦଳର ସଦସ୍ୟଙ୍କ ହଟ୍ଟଗୋଳ ଆଜି ବାଚସ୍ପତିଙ୍କୁ ଗୃହକୁ ମୁଲତବୀ ରଖିବାକୁ ପଡ଼ିଥିଲା। ଏଥିପାଇଁ ପ୍ରଶ୍ନକାଳ ଅନୁଷ୍ଠିତ ହୋଇପାରି ନଥିଲା। ଚାଷୀ ପ୍ରସଙ୍ଗକୁ ନେଇ ଅଧିବେଶନର ପ୍ରଥମ ଦିବସରେ ବିରୋଧୀଙ୍କ ଦ୍ୱାରା ପାଟିତୁଣ୍ଡ ହୋ ହାଲ୍ଲା କରାଯାଇଥିଲ। ଆଜି ଦ୍ୱିତୀୟ ଦିନରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ କଂଗ୍ରେସ ବିଧାୟକମାନେ ମୁଖ୍ୟ ସଚେତକ ତାରା ବାହିନୀପତିଙ୍କ ନେତୃତ୍ୱରେ ଗୃହର ମଧ୍ୟ ଭାଗକୁ ପଳାଇ ଆସି ପାଟିତୁଣ୍ଡ ଆରମ୍ଭ କରିଥିଲେ।
ସବୁଥର ଭଳି ବାହିନୀପତି ବାଚସ୍ପତିଙ୍କ ପୋଡ଼ିଅମ ଉପରକୁ ଉଠି ଯାଇଥିଲେ। ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ରମେଶ ମାଝୀ ଦେଇଥିବା ତଥ୍ୟକୁ ବିରୋଧ କରିଥିଲେ ବାହିନୀପତି। ଗୃହ କାର୍ଯ୍ୟ ସୁରୁଖୁରୁରେ ନ ଚାଲିପାରିବା ଯୋଗୁଁ ବାଚସ୍ପତି ପ୍ରଦୀପ ଅମାତ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ। ପରେ ସାମ୍ବାଦିକ ସମ୍ମିଳନୀରେ ବାହିନୀପତି କହିଥିଲେ ଯେ ରମେଶ ମାଝୀଙ୍କ ବିରୁଦ୍ଧରେ ତାଙ୍କ ପକ୍ଷରୁ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଆଗତ କରାଯିବ।

Comment