ଓଡ଼ିଶାଲାଇଭ୍ ବ୍ୟୁରୋ

ମଙ୍ଗଳବାର ଛତିଶଗଡ଼ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି।

ଛତିଶଗଡ଼ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି। କଡ଼ା ସୁରକ୍ଷା ଭିତରେ ମଙ୍ଗଳବାର ଛତିଶଗଡ଼ର ୧୯ଟି ଜିଲ୍ଲାର ୭୨ଟି ବିଧାନସଭା ଆସନ ପାଇଁ ଭୋଟ ଆରମ୍ଭ ହୋଇଯାଇଛି। ସକାଳ ୮ଟାରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ଏହା ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଚାଲିବ।

ନଭେମ୍ବର ୧୨ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିସହ ୧୮ଟି ବିଧାନସଭା ପାଇଁ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ଭୋଟିଂରେ ପ୍ରାୟ ୭୨ ପ୍ରତିଶତ ଭୋଟିଂ ହୋଇଥିଲା।

ତେବେ ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୭୨ଟି ବିଧାନସଭା ଆସନ ପାଇଁ ୧ ହଜାର ୭୯ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ତା’ହେଲେ ମୋଟ ୧ କୋଟି ୫୩ ଲକ୍ଷ ୮୫ ହଜାର ୯୮୩ ଜଣ ମତଦାତା ସୋମବାର ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିବେ।

ଏହି ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ପ୍ରାୟ ୧ ଲକ୍ଷ ସୁରକ୍ଷା କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଏଥିସହ ମତଦାନ ପାଇଁ ୧୯ ହଜାର ପୁଲିଂ ବୁଥ କରାଯାଇଛି। ଏହାଛଡ଼ା ଭୋଟିଂ ବେଳେ ହେଲିକ୍ୟାପ୍ଟର ଓ ଡ୍ରୋନ୍‌ ସାହାଯ୍ୟରେ ଏହି ସବୁ ପୁଲିଂ ବୁଥ ଉପରେ ନଜର ରଖିବା ପାଇଁ ବ୍ୟବସ୍ଥା ହୋଇଛି। ଆସନ୍ତା ଡିସେମ୍ବର ୧ ତାରିଖ ଦିନ ଭୋଟ୍‌ ଗଣତି ହୋଇ ଫଳାଫଳ ଘୋଷଣା କରାଯିବ।

Comment