ଓଡ଼ିଶାଲାଇଭ୍ ବ୍ୟୁରୋ

ଅମୃତସରର ନିରଙ୍କାରୀ ଭବନରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ମାମଲାରେ ବୁଧବାର ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ହେଉଛନ୍ତି ବିକ୍ରମଜିତ ସିଂ। ସେ ପଞ୍ଜାବର ଜଣେ ସ୍ଥାନୀୟ ବାସିନ୍ଦା ବୋଲି ଜଣାପଡ଼ିଛନ୍ତି। ଏବିଷୟରେ ସୂଚନା ଦେଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ।

ଅଭିଯୁକ୍ତ ପାକିସ୍ତାନ ଆତଙ୍କବାଦୀଙ୍କ ସହାୟତାରେ ଅମୃତସରରେ ଏଭଳି ଘଟଣା ଘଟାଇଥିବା କୁହାଯାଉଛି।

ଏଥିସହ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, “ଖୁବ୍‌ଶୀଘ୍ର ଏହି ଆତଙ୍କି ଘଟଣାର ସମାଧାନ କରାଯିବ।”

ତେବେ ରବିବାର ଅମୃତସରର ନିରଙ୍କାରୀ ଭବନରେ ଗ୍ରେନେଡ ଆକ୍ରମଣ ହୋଇଥିଲା। ଫଳରେ ୩ଜଣଙ୍କର ମୃତ୍ୟୁ ହୋଇ ଥିବାବେଳେ ଅନେକ ଆହାତ ମଧ୍ୟ ହୋଇଥିଲେ।

ଏଥିସହ ଯେଉଁ ବ୍ୟକ୍ତି ଆକ୍ରମଣକାରୀଙ୍କ ସୂଚନା ଦେବେ, ତାଙ୍କୁ  ୫୦ ଲକ୍ଷ ଟଙ୍କା ଅର୍ଥ ରାଶି ପ୍ରଦାନ କରାଯିବ ବୋଲି ପଞ୍ଜାବ ସରକାର ଘୋଷଣା କରିଛନ୍ତି। ସୂଚନା ଦେଇଥିବା ଲୋକଙ୍କ ପରିଚୟ ଗୋପନୀୟ ରଖିବାକୁ ମଧ୍ୟ ସରକାର ପ୍ରତିଶ୍ରୁତି ଦେଇଛନ୍ତି।

Comment