ଓଡ଼ିଶାଲାଇଭ୍ ବ୍ୟୁରୋ

ତୈଳ ଦରକୁ ନେଇ ଏମିତି ଏକ ଖବର ଆସିଛି, ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଦୁନିଆରେ ଏମିତି ବି କେତେକ ଦେଶ ଅଛି, ଯେଉଁଠି ପେଟ୍ରୋଲ ଦର ୬ ଟଙ୍କାରୁ ମଧ୍ୟ କମ୍ ମୂଲ୍ୟରେ ମିଳେ।

ଆପଣ ଶୁଣିଲେ ବିଶ୍ୱାସ କରିବେନି, ଭେନଜୁଏଲାରେ ପେଟ୍ରୋଲ ଦର ଲିଟର ପ୍ରତି ମାତ୍ର ୬୧ ପଇସା ଅଟେ। ସେହିପରି ସୁଡାନରେ ପେଟ୍ରୋଲ ଦର ଲିଟର ପ୍ରତି ମାତ୍ର ୯ ଟଙ୍କା ୩୨ ପଇସା। ଇରାନରେ ପେଟ୍ରୋଲ ଦର ୨୦ ଟଙ୍କା ୫୦ ପଇସା ଅଟେ।

କୁଏତରେ ପେଟ୍ରୋଲ ଦର ୨୪ ଟଙ୍କା ୮୨ ପଇସା ରହିଛି। ଏହି ଦେଶଗୁଡ଼ିକ ନିଜ ଆବଶ୍ୟକତାଠାରୁ ଅଧିକ ଅଶୋଧିତ ତୈଳ ଉତ୍ପାଦନ କରିଥାନ୍ତି। ସେହିପରି ଆଲଜେରିଆରେ ପେଟ୍ରୋଲ ଲିଟର ପିଛା ୨୫ ଟଙ୍କା ୫୪ ପଇସା ଥିବାବେଳେ ଇକ୍ୱେଡରରେ ଲିଟର ପିଛା ୨୮ ଟଙ୍କା ୧୨ ପଇସା ରହିଛି।

ନାଇଜେରିଆରେ ପେଟ୍ରୋଲ ଦର ୨୯ ଟଙ୍କା ୧୪ ପଇସା ରହିଛି। ତୁର୍କମେନିସ୍ତାନରେ ଏକ ଲିଟର ପେଟ୍ରୋଲ ଦାମ ୩୦ ଟଙ୍କା ୭୪ ଟଙ୍କ ରହିଛି। ମିଶରରେ ଲିଟର ଦର ୩୧ ଟଙ୍କା ୧୨ ପଇସା ଥିବାବେଳେ କାଜାକିସ୍ତାନରେ ୩୫ ଟଙ୍କା ୧ ପଇସା ରହିଛି।

Comment