ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆରମ୍ଭ ହେଉଛି ଐତିହାସିକ ବାଲିଯାତ୍ରା। ୧୦ ଦିନ ଧରି ଚାଲିବ ଏହି ବାଣିଜ୍ୟ ମେଳା।

ଶୁକ୍ରବାରଠୁ ଆରମ୍ଭ ହେଉଛି ଐତିହାସିକ ବାଲିଯାତ୍ରା। ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି। ଚଳିତବର୍ଷ ବାଲିଯାତ୍ରା ଦଶ ଦିନ ଧରି ଚାଲିବ। ପାଖାପାଖି ୪୪ ଏକର ଜମିରେ ଖୋଲିବ ୧୩ ଶହରୁ ଅଧିକ ଷ୍ଟଲ। ବିଭିନ୍ନ ରକମର ଖାଦ୍ୟର ପସରା ଏବଂ ସାମଗ୍ରୀ ମଧ୍ୟ ମିଳିବ। ଏବର୍ଷ ଓର୍ମାସର ୩୫୦ ଷ୍ଟଲ ପଡ଼ିଛି।

ଶୁକ୍ରବାର ସନ୍ଧ୍ୟାରେ ବୈଷ୍ଣବ ପାଣି ମଞ୍ଚରୁ ବାଲିଯାତ୍ରା କଟକ ଉତ୍ସବ ଉଦ୍‌ଘାଟନ ହେବ। ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ଏହାକୁ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଡିସେମ୍ବର ୨ ତାରିଖରେ ବାଲିଯାତ୍ରା ଶେଷ ହେବ।

ବାଲିଯାତ୍ରା ମଞ୍ଚରେ ପ୍ରତିଦିନ ସନ୍ଧ୍ୟାରେ ପାରମ୍ପାରିକ ଲୋକନୃତ୍ୟ ସମେତ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେବ। ଦଶର୍କଙ୍କ ସୁରକ୍ଷା ଦୃଷ୍ଟିରୁ ବାଲିଯାତ୍ରାରେ ୩୨ ପ୍ଲାଟୁନ୍‌ ପୋଲିସ ମୁତୟନ କରାଯାଇଛି। ଏହାଛଡ଼ା ସିସିଟିଭି ମଧ୍ୟ ଲଗାଯିବ।

ଅନପଟେ ଶୁକ୍ରବାରଠୁ ଆରମ୍ଭ ହେଉଛି ଭୁବନେଶ୍ୱର ବାଲିଯାତ୍ରା। ଏହି ବାଲିଯାତ୍ରା କୁଆଖାଇ ନଦୀ ପଠାରେ କରାଯାଉଛି।

Comment