ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବାହୁବଳୀ ଫେମ୍‌ ପ୍ରଭାସ ଏବେ ଦୁଇଟି କାରଣରୁ ଚର୍ଚ୍ଚାରେ ଅଛନ୍ତି। ଏଥିମଧ୍ୟରୁ ଗୋଟିଏ ହେଲା ତାଙ୍କର ଅପ୍‌ କମିଂ ମୁଭି ‘ସାହୋ’ ପାଇଁ, ଆରଟି ହେଲା ବିବାହ ପାଇଁ…

ସର୍ବାଧିକ ଆୟ କରିଥିବା ଭାରତୀୟ ସିନେମାର ନାୟକ ପ୍ରଭାସ ଏବେ ପୁଣି ଚର୍ଚ୍ଚାରେ। ଏଥି ମଧ୍ୟରୁ ପ୍ରଥମ କଥାଟି ହେଲା ନିକଟରେ ସେ ତାଙ୍କର ଆଗାମୀ ସିନେମା ‘ସାହୋ’ର ସୁଟିଂ ଶେଷ କରିଛନ୍ତି। ଏହା ୨୦୧୯ରେ ରିଲିଜ୍‌ ହେବ।

ସାହୋ

ପ୍ରଭାବଙ୍କ ଅଭିନୀତ ‘ସାହୋ’ ଏକ ଆକ୍ସନ୍‌ ଫିଲ୍ମ। ୟୁଟିଭି କ୍ରିଏସନ୍ସ ଓ ଟି-ସିରିଜ୍‌ର ମିଳିତ ପ୍ରଯୋଜନାରେ ନିର୍ମିତ ଏହି ସିନେମାର କାହାଣୀ ରଚନା ଓ ନିର୍ଦ୍ଦେଶନା ଦାୟିତ୍ୱ ବହନ କରିଛନ୍ତି ସୁଜିତ। ଏଥିରେ ପ୍ରଥମ ଥର ପାଇଁ ବଲିଉଡର ସୁଇଟ୍ ହିରୋଇନ୍‌ ଶ୍ରଦ୍ଧା କପୁର ସୁପରଷ୍ଟାର ପ୍ରଭାସଙ୍କ ବିପକ୍ଷରେ ନଜର ଆସିବେ। ପ୍ରଭାସ ଓ ଶ୍ରଦ୍ଧାଙ୍କ ବ୍ୟତୀତ ନୀଲ ନିତିନ ମୁକେଶ ଓ ଏଭିଲିନ୍ ଶର୍ମା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ଅନୁଷ୍କା ସେଟ୍ଟି ଏଥିରେ ଗେଷ୍ଟ ଆପିଅରାନ୍ସରେ ଅଛନ୍ତି।

୨୦୧୭ ଅଗଷ୍ଟରେ ‘ସାହୋ’ର ସୁଟିଂ ଆରମ୍ଭ ହୋଇଥିଲା। ଏହାର ସୁଟିଂ ହାଇଦ୍ରାବାଦ୍‌, ଆବୁଧାବି, ଦୁବାଇ ଓ ରୋମାନିଆ ଆଦି ସ୍ଥାନର ବିଭିନ୍ନ ଲୋକେସନ୍‌ରେ କରାଯାଇଛି।

‘ସାହୋ’ର ବଜେଟ୍‌ ୩୦୦ କୋଟି ବୋଲି କୁହାଯାଉଛି। ଏହାର ପ୍ରଥମ ଟିଜର୍‌ ପ୍ରଭାସଙ୍କ ଜନ୍ମଦିନ (ଅକ୍ଟୋବର ୨୩ ତାରିଖରେ) ରିଲିଜ୍‌ କରାଯାଇଥିଲା।

‘ସାହୋ’ର ଫାର୍ଷ୍ଟଲୁକ୍‌ ହଲିଉଡ ମୁଭି ‘ବ୍ଲେଡ୍‌ରନର୍‌ ୨୦୪୯’ର ସହିତ ସମାନ ବୋଲି କୁହାଗଲା। ଏହାକୁ ନେଇ ପ୍ରଶଂସକମାନଙ୍କ ସମାଲୋଚନାର ଶିକାର ହୋଇଛି ‘ସାହୋ’।

ଗତ ଅକ୍ଟୋବର ୨୩ ତାରିଖରେ ପ୍ରଭାସ ୩୮ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ତାଙ୍କ ଫ୍ୟାନ୍‌ମାନେ ନିଜର ପ୍ରିୟ ତାରକାଙ୍କ ବିବାହକୁ ନେଇ ଖୁବ୍‌ ଉତ୍ସାହିତ ଅଛନ୍ତି।

‘ବାହୁବଲୀ-୨’ ରିଲିଜ୍‌ ହେବା ପରେ ପ୍ରଭାସ ତାଙ୍କର ସାଥୀ କଳାକାର ଅନୁଷ୍କା ସେଟ୍ଟିଙ୍କୁ ବିବାହ କରିବେ ବୋଲି ଚର୍ଚ୍ଚା ହୋଇଥିଲା। ଉଭୟଙ୍କ ଭିତରେ ପ୍ରେମ ସମ୍ପର୍କ ଥିବା କଥା ମଧ୍ୟ ବହୁବାର ପ୍ରମାଣିତ ହୋଇଥିଲା। କିନ୍ତୁ ସେ ଦୁହେଁ ଏ କଥାକୁ ଅସ୍ୱୀକାର କରିଥିଲେ। ସେ ଦୁହେଁ କେବଳ ଭଲ ସାଙ୍ଗ ବୋଲି କହିଛନ୍ତି ପ୍ରଭାସ।

ଅନୁଷ୍କା ସେଟ୍ଟି ଚାହୁଁଥିଲେ ପ୍ରଭାସଙ୍କୁ ବିବାହ କରିବାକୁ ମାତ୍ର, ତାହା ସମ୍ଭବ ନ ହେବା ଯୋଗୁଁ ନିକଟରେ ଅନୁଷ୍କା ପୂଜାର୍ଚ୍ଚନା କରିଥିଲେ କିପରି ନିଜ ପାଇଁ ଏକ ଭଲ ବରପାତ୍ର ପାଇବେ।

ପ୍ରଭାସ ଆଗରୁ ଦକ୍ଷିଣ ତଥା ବଲିଉଡର ଲୋକପ୍ରିୟ ନାୟିକା କାଜଲ ଅଗ୍ରୱାଲଙ୍କ ପ୍ରେମରେ ପଡ଼ିଥିଲେ। ଦୁହିଁଙ୍କର ଆଫେଆର୍‌ ଚର୍ଚ୍ଚାର ବିଷୟ ହୋଇଥିଲା। ହେଲେ ପ୍ରଭାସ ଓ କାଜଲଙ୍କର ବ୍ରେକ୍ ଅପ୍‌ ହୋଇଥିଲା।

ଏବେ ଶୁଣିବାକୁ ମିଳୁଛି ଯେ, ପ୍ରଭାସ ‘ସାହୋ’’ ରିଲିଜ୍‌ ହେବା ପରେ ବିବାହ କରିବେ। ଯାହା ଜଣାଯାଉଛି ସେ କୌଣସି ସିନେ ନାୟିକାଙ୍କୁ ବିବାହ କରିବେ ନାହିଁ। କାହାକୁ ପ୍ରଭାସ ବିବାହ କରିବେ, ତାକୁ ନେଇ ସସ୍‌ପେନ୍ସ ଅବଶ୍ୟ ଜାରି ରହିଛି।

Comment