ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅନ୍ତର୍ଗତ ୩୨ନମ୍ବର ଜୋନ୍‌ର ଜିଲ୍ଲା ପରିଷଦ ପ୍ରାର୍ଥୀ ପାଇଁ ହେବାକୁ ଥିବା ଉପନିର୍ବାଚନ ମାହୋଲ ଏବେ ଚଳଚଞ୍ଚଳ ହୋଇପଡ଼ିଲାଣି। ବିଭିନ୍ନ ରାଜନୈତିକ ଦଳମାନଙ୍କ ପକ୍ଷରୁ ସେମାନଙ୍କ ପ୍ରାର୍ଥୀମାନଙ୍କୁ ଜିତାଇବା ପାଇଁ ନିର୍ବାଚନ ପ୍ରକ୍ରିୟା ଜୋରସୋରରେ ଚାଲିଛି।

ଗତ ନିର୍ବାଚନରେ ଏହି ଆସନଟି ବିଜେପି ହାତକୁ ଚାଲିଯାଇଥିଲା। ସେଠାରେ ତା’ର ପୂର୍ବସ୍ଥିତି ଫେରାଇଆଣିବାକୁ ବିଜେପି ଅପ୍ରାଣ ଉଦ୍ୟମ ଜାରିରଖିଥିଲେ ମଧ୍ୟ ବିଜେଡି ବି ନଛୋଡ଼ ବନ୍ଧା। ତେବେ ଏହି ଅଞ୍ଚଳରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ସ୍ଥିତି ବି ବେଶ୍ ଉତ୍ସାହଜନକ ରହିଥିଲା ବେଳେ କଂଗ୍ରେସ ନିଜ ଦଳର ସ୍ଥିତିକୁ ଦେଖି ପ୍ରଚାର କାର୍ଯ୍ୟକ୍ରମକୁ ତ୍ଵରାନ୍ୱିତ କରିଛି।

ବିଜେଡି ଦଳର ତୁଙ୍ଗନେତାମାନେ ସେଠାରେ ଡେରା ପକାଇଛନ୍ତି। ତେବେ ଏହି ନିର୍ବାଚନରେ ମୁଖ୍ୟତ ତ୍ରିମୁଖୀ ପ୍ରତିଦ୍ଵନ୍ଦିତାର ଅ।ଶଙ୍କା କରାଯାଉଛି। ଅ।ସନ୍ତା ୬ ତାରିଖରେ ଏଠାରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାରୁ ବିଜେଡି ଦଳ କୌଣସି ବି ଗୋଟିଏ ଦିଗପ୍ରତି ଅବହେଳା କରିବାକୁ ଛାଡ଼ୁନାହିଁ। ତେବେ କାହାର ପଲ୍ଲା ଭାରି ହେବ ତାହା ଆସନ୍ତା ୬ ତାରିଖ ଦିନ ନିର୍ବାଚନ ପରେ ଜଣାପଡିବ।

Comment