ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାକିସ୍ତାନ ସରକାର ଲଗାଇବେ ସରବତ ଏବଂ ସିଗାରେଟ୍ ଉପରେ ଟ୍ୟାକ୍ସ।

ପାକିସ୍ତାନ ତା’ର ସ୍ୱାସ୍ଥ୍ୟ ବଜେଟକୁ ବଢ଼ାଇବା ପାଇଁ ବର୍ତ୍ତମାନ ସିଗାରେଟ ଓ ସରବତ ଉପରେ ମଧ୍ୟ ଟ୍ୟାକ୍ସ ଲଗାଇବାକୁ ଯାଉଛି। ଦେଶର ସ୍ୱାସ୍ଥ୍ୟମନ୍ତ୍ରୀ ଅମୀର ମହମ୍ମଦ କିୟାନୀ ଏହି କର ଲାଗୁ କରିବା ନେଇ ସୂଚନା ଦେଇଛନ୍ତି।

ସ୍ଥାନୀୟ ଗଣମାଧ୍ୟମ ସୂଚନା ଅନୁସାରେ ସ୍ୱାସ୍ଥ୍ୟ ସମ୍ମିଳନୀରେ କୁହାଯାଇଥିଲା କି, ପାକିସ୍ତାନ ତେହରିକେ ଇନସାଫ ସରକାର ଦେଶର ସକଳ ଘରୋଇ ଉତ୍ପାଦର ପାଞ୍ଚ ପ୍ରତିଶତ ସ୍ୱାସ୍ଥ୍ୟ ବଜେଟ ବନେଇବାକୁ ଚାହାଁନ୍ତି। ଆଉ ଏହି କାମ ପାଇଁ ସରକାରଙ୍କୁ ଅଧିକ ରାଜସ୍ଵ ଦରକାର। ତେଣୁ ସରକାର ଅନେକ ଉପାୟ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି।

ଇମରାନ ସରକାର ଦେଶର ଦୁର୍ବଳ ଅର୍ଥବ୍ୟବସ୍ଥାକୁ ସଜାଡ଼ିବା ଏହା ପୂର୍ବରୁ ଅନେକ ପ୍ରକାରର ଅଜବ ପଦକ୍ଷେପ ନେଇ ଚର୍ଚ୍ଚାରେ ରହିଥିଲେ। ଦେଶର ରାଜସ୍ଵ ବୃଦ୍ଧି ପାଇଁ ସେ ମଇଁଷି ସମେତ ଦାମୀ ଦାମୀ କାର ବି ବିକ୍ରି କରିଦେଇଥିଲେ। ଏଥିମଧ୍ୟରୁ ଏକ ଉପାୟ ଏହା ଥିଲା ଯେ ତମ୍ଵାଖୁ ଓ ମୃଦୁ ପାନୀୟ ଉପରେ କର ଲଗାଇ ଦିଆଯାଉ ଏବଂ ସେଥିରୁ ଆସିବାକୁ ଥିବା ଟଙ୍କାକୁ ସ୍ଵାସ୍ଥ୍ୟ ବଜେଟରେ ସାମିଲ କରି ଦିଆଯାଉ। ବର୍ତ୍ତମାନ ସରକାର ସ୍ୱାସ୍ଥ୍ୟ ଉପରେ ଜିଡ଼ିପିର କେବଳ ୦.୬ ପ୍ରତିଶତ ଅର୍ଥ ଖର୍ଚ୍ଚ କରୁଛନ୍ତି। ଏହି କର କେବଳ ୪୫ଟି ଦେଶରେ ଲାଗୁ ହୋଇଛି ।

Comment