ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଲକାନଗିରିରେ ପିଏଲ୍‌ଜିଏ ସପ୍ତାହ ପାଳନକୁ ନେଇ ଲଗିଲା ମାଓ ପୋଷ୍ଟର।

ମାଲକାନଗିରିରେ ପୁଣି ଲାଗିଲା ମାଓ ପୋଷ୍ଟର। ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ପିଏଲଜିଏ ସପ୍ତାହ ପାଳନ ନେଇ ପୋଷ୍ଟର ମରାଯାଇଛି।

ଏହି ପୋଷ୍ଟରରେ ଲେଖାଯାଇଛି ଯେ ଜଳ, ଜଙ୍ଗଲ, ଜମି କେବଳ ଆଦିବାସୀଙ୍କର। ଏହାକୁ କେହି ଛଡ଼ାଇ ନେଇପାରିବେ ନାହିଁ। ଏଥିରେ ସରକାର ବଡ଼ ବଡ଼ ନଦୀବନ୍ଧ ନିର୍ମାଣ କରି ବାସହରା କରିବା ପାଇଁ ଚାହୁଁଛନ୍ତି ବୋଲି ଉଲ୍ଲେଖ ଅଛି। ସେଥିପାଇଁ ଲୋକମାନେ ଏକ ହୋଇ ପିଏଲଜିଏକୁ ସମର୍ଥନ କରିବା ପାଇଁ ଆହ୍ୱାନ କରାଯାଇଛି।

ଏହାସହ ଶୁକ୍ରବାର ସକାଳୁ ଦାରିଙ୍ଗିବାଡ଼ି ବ୍ଲକ୍‌ରେ ଦେଖିବାକୁ ମିଳିଛି ମାଓ ପୋଷ୍ଟର। ଏହି ପିଏଲଜିଏ ସପ୍ତାହ ଡିସେମ୍ବର ୬ ରୁ ୧୨ ତାରିଖ ଯାଏଁ ପାଳନ କରିବାକୁ  ଡାକରା ଦିଆଯାଇଛି।

Comment