ଓଡ଼ିଶାଲାଇଭ୍‌ ବ୍ୟୁରୋ

 

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଦାଣ୍ଡବୋଷ ନିକଟସ୍ଥ ପାଳଗଦାରୁ ସୋମବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ମୃତ ଦେହକୁ ପୋଲିସ ଉଦ୍ଧାର କରିଛି। ଏହି ମୃତ ଦେହଟି ସମ୍ପୂର୍ଣ୍ଣ ଭାବେ ପୋଡ଼ି ଯାଇଛି।

ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

ତେବେ ମୃତଦେହକୁ ଲୁଚାଇବା ପାଇଁ ରାସ୍ତା କଡ଼ରେ ଥିବା ଧାନ ଗଦା ଭିତରେ ରଖି ଜାଳି ଦିଆଯାଇଥିବା ସନ୍ଦେହ କରାଯାଉଛି। ଏପରିକି ସେ ପୁରୁଷ କିମ୍ବା ମହିଳା ତାହା ମଧ୍ୟ ଜଣାପଡ଼ୁନାହି। ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ହୋଇ ଥାଇପାରେ ବୋଲି ପୋଲିସ ଅନୁମାନ କରୁଛି।

Comment