ଓଡ଼ିଶାଲାଇଭ୍ ବ୍ୟୁରୋ

 ନୂଆ ବର୍ଷଠାରୁ ଆରମ୍ଭ ହେବାକୁ ଯାଉଛି ଟ୍ରେନରେ ସପିଂ ସୁବିଧା।

ସାଧାରଣତଃ ଟ୍ରେନରେ ଦୂର ଯାତ୍ରା କରିବା ସମୟରେ ଯାତ୍ରୀଙ୍କୁ ବିଭିନ୍ନ ଘରୋଇ ଜିନିଷର ଅବଶ୍ୟକତା ପଡ଼ିଥାଏ। ହେଲେ ଏହି ସବୁ ଆବଶ୍ୟକୀୟ ଜିନିଷ ମିଳିବା କଷ୍ଟକର ହୋଇଥାଏ। ଏହି ସମସ୍ୟାକୁ ଦୂର କରିବାକୁ ରେଳ ବିଭାଗ ଏକ ଯୋଜନା କରିଛି।

ଏହା ଦ୍ୱାରା ଯାତ୍ରୀମାନେ ବିଭିନ୍ନ ଆବଶ୍ୟକୀୟ ସାମଗ୍ରୀ ପାଇପାରିବେ। ଟ୍ରେନରେ ଏହି ସୁବିଧା ଜାନୁଆରୀ ମାସରୁ ଆରମ୍ଭ ହୋଇପାରେ। ଏନେଇ ଏକ ଘରୋଇ ସଂସ୍ଥାକୁ ୫ ବର୍ଷ ପାଇଁ କଣ୍ଟ୍ରାକ୍ଟ ଦିଆଯାଇଛି।

ଏହି ସଂସ୍ଥା ପାଖରେ ଘରୋଇ ସାମଗ୍ରୀ ବ୍ୟତୀତ ବିୟୁଟି ପ୍ରଡକ୍ଟ, ଓ ଅନ୍ୟ ସାମଗ୍ରୀ ବିକ୍ରି କରିବାକୁ ଲାଇସେନ୍ସ ରହିବ। ଏହି ସଂସ୍ଥା ପଶ୍ଚିମ ରେଲୱେର ମୁମ୍ବାଇ ଡିଭିଜନର ୧୦ଟି ମେଲ ଓ ଏକ୍ସପ୍ରେସ ଟ୍ରେନରେ ଜିନିଷ ବିକ୍ରି କରିବ।

ସକାଳ ୮ଟାରୁ ରାତି ୯ଟା ପଯ୍ୟନ୍ତ ଏହି ସୁବିଧା ଯାତ୍ରୀ ପାଇପାରିବେ । ରେଲୱେର ଦୁଇ କର୍ମଚାରୀ ଏହି ଦାୟତ୍ୱରେ ରହିବେ। ରେଲୱେର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ ଯାତ୍ରୀମାନେ ଡେବିଟ୍ କାର୍ଡ ଓ କ୍ରେଡିଟ୍ କାର୍ଡରେ ବି ସୁବିଧା ପାଇପାରିବେ।

ସାଧାରଣତଃ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନେ ଟ୍ରେନ ଖାଦ୍ୟକୁ ନେଇ ଅଭିଯୋଗ କରିଥାନ୍ତି। ଏକ ସର୍ଭେ ରୁ ଜଣାପଡ଼ିଛି ଯେ, ୨୦୧୮ ଅକ୍ଟୋବର ମାସ ସୁଦ୍ଧା ୭ ହଜାର ୫ ଶହ ଯାତ୍ରୀ ଟ୍ରେନରେ ମିଳୁଥିବା ଖାଦ୍ୟକୁ ନେଇ ଅଭିଯୋଗ କରିଛନ୍ତି। ଏହି ସପିଂ ସୁବିଧା ହେବାପରେ ଯାତ୍ରୀମାନଙ୍କର ସମସ୍ୟା ସମାଧାନ ହୋଇପାରିବ ବୋଲି ଅନୁମାନ କରାଯାଉଛି।

Comment