ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ରଣବୀର ସିଂ ଓ ସାରା ଅଲ୍ଲୀ ଖାନ୍‌ଙ୍କ ମୋଷ୍ଟ ଆୱେଟେଡ୍ ଫିଲ୍ମ ସିମ୍ବା ଶୁକ୍ରବାର ରିଲିଜ୍ ହୋଇଛି। ଏହି ଫିଲ୍ମଟି ଅନେକ କାରଣରୁ ଖାସ୍ ଅଟେ। ବଲିଉଡରେ କମରସିଆଲ ଫିଲ୍ମର ଜାଦୁଗର କୁହାଯାଉଥିବା ଡିରେକ୍ଟଟର ରୋହିତୀ ସେଟ୍ଟୀ ଏହି ଫିଲ୍ମରେ ରଣବୀରଙ୍କ ସହ ଏକାଠି କାମ କରିଛନ୍ତି। ଏହି ଯୋଡି ବକ୍ସ ଅଫିସରେ କଣ କମାଲ୍ କରିବ ତାହା ଏବେ ଠୁ କହିବା କଷ୍ଟକର। କାରଣ ରଣବୀର ଓ ରୋହିତ ପୂର୍ବ ଫିଲ୍ମରେ ନିଜ ନିଜ ଫିଲ୍ମକୁ ୧୦୦ କୋଟି କ୍ଲବରେ ସାମିଲ କରାଇସାରିଛନ୍ତି।

ଫିଲ୍ମ ‘ସିମ୍ବା’ ତେଲୁଗୁ ଫିଲ୍ମ ‘ଟେମ୍ପର’ର ଅଫିସିଆଲ ରିମେକ ଅଟେ। ଏଥିପାଇଁ ଯେଉଁମାନେ ‘ଟେମ୍ପର’ ଦେଖିସାରିଛନ୍ତି ସେମାନଙ୍କ ପାଇଁ ଫିଲ୍ମକୁ ନେଇ କୌଣସି ସସପେନ୍ସ ନାହିଁ। କିନ୍ତୁ ଯେହେତୁ ରୋହିତ ଓ ରଣବୀର ଏକାଠି କାମ କରୁଛନ୍ତି ସେଥପାଇଁ ଲୋକଙ୍କ ମଧ୍ୟରେ କିଛିଟା ଉତ୍ସାହ ଦେଖିବାକୁ ମିଳିଛି।

ରୋହିତ ଓ ରଣବୀର ଉଭୟଙ୍କୁ ଭଲ ଭାବେ ଜଣା କେମିତି ଫିଲ୍ମକୁ ସୁପରହିଟ କରାଯାଇଥାଏ। ସେଥିପାଇଁ ଉଭୟ ଫିଲ୍ମ ପ୍ରଥମ ସପ୍ତାହରେ ହିଁ ୧୦୦କୋଟି କ୍ଲବରେ ସାମିଲ ହୋଇଥାଏ।

ଯଦି ଆମେ ରଣବୀରଙ୍କ କଥା ହେବା ତେବେ ଅନେକ ବିରୋଧ ପରେ ବି ଫିଲ୍ମ ପଦ୍ମାବତ ୩୦୦କୋଟି କ୍ଲବରେ ସାମିଲ ହୋଇଥିଲା। ଯଦିଓ ବେଫିକ୍ରେରେ ରଣବିରଙ୍କୁ ସେତେଟା ସଫଳତା ମିଳିନଥିଲା ତଥାପି ୬୦ କୋଟିର ବିଜିନେସ କରିଥିଲା। ତା ପୂର୍ବରୁ ରଣବୀରଙ୍କ ଆସିଥିବା ଫିଲ୍ମ ବାଜିରାଓ ମସ୍ତାନୀ ୧୫୦କୋଟିରୁ ଅଧିକ ଆୟ କରିଥିଲା।

ସେପଟେ ରୋହିତ ସେଟ୍ଟୀଙ୍କ କଥା ଯଦି ଆଲୋଚନା କରିବା ତେବେ କିଛିଟା ଫିଲ୍ମକୁ ଛାଡି ଦେଲେ ପ୍ରାୟ ସମସ୍ତ ଫିଲ୍ମ ୧୦୦କୋଟି ପାର କରିଛି। ତେବେ ଦେଖିବାକୁ ବାକି ରହିଲା ସିମ୍ବାରେ ଫିଲ୍ମକୁ ସୁପରହିଟ କରିବାର ମନ୍ତ୍ର  ରୋହିତ ଓ ରଣବୀରଙ୍କୁ କେତେ ସୁହାଉଛି।

Comment