ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୂତନ ବର୍ଷ ଅବସରରେ ଭାରତୀୟ ରେଲୱେ ଆଣିଛି ବମ୍ପର ଗିଫ୍ଟ। ଚାକିରି ଖୋଜୁଥିବା ଯୁବକଙ୍କ ପାଇଁ ଖୁସି ଖବର। ଭାରତୀୟ ରେଲୱେ ପକ୍ଷରୁ ଜୁନିଅର ଇଞ୍ଜିନିୟର ପଦ ପାଇଁ ବାହାରିଛି ୧୩ ହଜାରରୁ ଅଧିକ ନିଯୁକ୍ତି। ଜୁନିଅର ଇଞ୍ଜିନିୟର ପାଇଁ ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ରୂପେ ଅନଲାଇନ୍‌ ହେବ। ଆବେଦନ କରିବାର ଶେଷ ତାରିଖ ୩୧ ଜାନୁଆରୀ ୨୦୧୯ ଅଛି।

ଭାରତୀୟ ରେଲୱେ ପକ୍ଷରୁ ଜୁନିଅର ଇଞ୍ଜିନିୟର ପଦ ପାଇଁ ମୋଟ ୧୩୪୮୭ଟି ନିଯୁକ୍ତି ବାହାରିଛି। ଏହାର ଆବେଦନ ପ୍ରକ୍ରିୟା ଜାନୁଆରୀ ୨ରୁ ଆରମ୍ଭ ହୋଇ ଜାନୁଆରୀ ୩୧ ପର୍ଯ୍ୟନ୍ତ ଚାଲିବ। ସମ୍ପୂର୍ଣ୍ଣ ରୂପେ ଅନଲାଇନରେ ପରୀକ୍ଷା ହେବ।

କେଉଁ ପଦରେ କେତେ ନିଯୁକ୍ତି

ଜୁନିଅର ଇଞ୍ଜିନିୟର – ୧୨୮୪୪

ଜୁନିଅର ଇଞ୍ଜିନିୟର(ଆଇ. ଟି.) – ୨୯

ଡିପୋ ମେଟେରିଆଲ ସୁପରିଟେଣ୍ଡେନ୍ଟ – ୨୨୭

କେମିକାଲ ଆଣ୍ଡ ମେଟାର୍ଲୋଜିକାଲ ଆସିଷ୍ଟାଣ୍ଟ – ୩୮୭

ଗୁରୁତ୍ତ୍ୱପୂର୍ଣ୍ଣ ତାରିଖ

ଆବେଦନ ପ୍ରକ୍ରିୟା ଆରମ୍ଭ ତାରିଖ – ୨ ଜାନୁଆରୀ ୨୦୧୯

ଅନଲାଇନ୍‌ ପେମେଣ୍ଟର ଶେଷ ତାରିଖ – ୫ ଫେବୃଆରୀ ୨୦୧୯

ଏସ୍‌ବିଆଇ ଚାଲାଣ ପେମେଣ୍ଟର ଶେଷ ତାରିଖ – ୪ ଫେବୃଆରୀ ୨୦୧୯

ପୋଷ୍ଟ ଅଫିସ୍‌ ଚାଲାଣ ପେମେଣ୍ଟର ଶେଷ ତାରିଖ – ୪ଫେବୃଆରୀ ୨୦୧୯

ଫର୍ମ ଜମା କରିବାର ଶେଷ ତାରିଖ – ୭ ଫେବୃଆରୀ ୨୦୧୯

ଆବେଦନ ପ୍ରକ୍ରିୟା ଶେଷ – ୩୧ ଜାନୁଆରୀ ୨୦୧୯

୧୮ ବର୍ଷରୁ ୩୩ ବର୍ଷିୟ ଯୁବକମାନେ ଏଥିପାଇଁ ଆବେଦନ କରିପାରିବେ। ସାଧାରଣ ବର୍ଗର ଯୁବକଙ୍କ ପାଇଁ ଆବେଦନର ଫି ୫୦୦ଟଙ୍କା ଥିବାବେଳେ ଏସ୍‌ସି ଓ ଏସ୍‌ଟି ବର୍ଗର ଯୁବକଙ୍କ ପାଇଁ ୨୫୦ଟଙ୍କା ଧାର୍ଯ୍ୟ କରାଯାଇଛି।

Comment