ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ପୁଣି ଏକ ବାତ୍ୟା। ଏହାର ନାଁ ରହିଛି ‘ପାବୁକ’। ଏହି ବାତ୍ୟା ଏବେ ଆଣ୍ଡାମାନଠାରୁ ୧୫୦୦ କିଲୋମିଟର ଦୂରରେ ରହିଛି। ୫ ତାରିଖରେ ଏହା ଆଣ୍ଡାମାନ ଉପକୂଳ ଛୁଇଁବ।

୬ ତାରିଖରେ ଉତ୍ତରପଶ୍ଚିମ ଦିଗ ଦେଇ ବାତ୍ୟା ପାବୁକ ଆଣ୍ଡାମାନ ପାରି କରିବ। ବାତ୍ୟା ପାବୁକର ପ୍ରଭାବ ଓଡ଼ିଶା ଉପରେ କ’ଣ ରହିବ ତାହା ଜଣାପଡ଼ି ନାହିଁ। ହେଲେ ଏହାକୁ ଦୃଷ୍ଟିରେ ଓଡ଼ିଶାର ୭ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଆଲର୍ଟ କରାଯାଇଛି।

ବାଲେଶ୍ୱର, ଭଦ୍ରକ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର ଆଦି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ନିର୍ଦ୍ଦେଶ ଦେଇଛନ୍ତି।

Comment