ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୁରୁବାର ମହାନଦୀ ବ୍ରିଜ୍‌ ତଳୁ ସମ୍ବଲପୁରୀ ଅଭିନେତ୍ରୀ ସିମରନ୍‌ଙ୍କ ମୃତଦେହ ଉଦ୍ଧାର କରାଯିବା ପରେ ଏବେ ସସପେନ୍ସ ବଢ଼ିବାରେ ଲାଗିଛି। ତେବେ ପୋଲିସ ତଦନ୍ତ କରୁଥିବା ବେଳେ ସିମରନଙ୍କ ମା’ ଅଭିଯୋଗ ଆଣିଛନ୍ତି ତାଙ୍କ ଝିଅକୁ ହତ୍ୟା କରାଯାଇଛି। ଏ ନେଇ ପୋଲିସର ଅଧିକ ତଦନ୍ତ ଜାରି ରହିଛି।

ପୋଲିସର କହିବା ଅନୁସାରେ ସିମରନ୍‌ଙ୍କ ଘର ବିହାରରେ। ସେ ପରିବାର ସହ ଝାରସୁଗୁଡ଼ାରେ ରହୁଥିଲେ। କିଛିଦିନ ତଳେ ସେ ପ୍ରେମ ବିବାହ ବି କରିଥିଲେ। ମାତ୍ର ୨ମାସ ହେବ ସେମାନଙ୍କ ମଧ୍ୟରେ କିଛି ଝଗଡା ମାରପିଟ୍‌ ହେଉଥିଲା ଓ ସମ୍ପର୍କ ଭଲ ନଥିଲା। ଏପରିକି ସିମରନ୍‌ ନିଜ ସ୍ୱାମୀଙ୍କ ବିରୋଧରେ ଝାରସୁଗୁଡ଼ା ଟାଉନ ଥାନାରେ ଅଭିଯୋଗ ବି କରିଥିଲେ। ଡିସେମ୍ବର ୩୦ରେ ଝାରସୁଗୁଡ଼ା ଟାଉନ ଥାନାରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଜାନୁଆରୀ ୧ରେ ସିମରନ୍‌ କେସିଙ୍ଗାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ କହି ଆସିଥିଲେ ଏବଂ ଗୁରୁବାର ସେ ତାଙ୍କ ସ୍ୱାମୀଙ୍କ ବିରୋଧରେ ଦେଇଥିବା ଅଭିଯୋଗ ଉପରେ ୧୬୪ରେ ବୟାନ ରେକର୍ଡ କରାଯିବାର ଥିଲା ମାତ୍ର ତା ପୂର୍ବରୁ କେହି ତାଙ୍କୁ ହତ୍ୟା କରିଥିବା ସିମରନ୍‌ଙ୍କ ମା’ ଅଭିଯୋଗ କରିଛନ୍ତି।

ସିମରନ୍‌ ଖୁବ କମ୍‌ ସମୟ ମଧ୍ୟରେ ଅନେ ଲୋକପ୍ରିୟତା ହାସଲ କରିପାରିଥିଲେ। ବିଶେଷ କରି ସେଲଫି ବେବୋ ଗୀତ ତାଙ୍କୁ ରାଜ୍ୟ ତଥା ରାଜ୍ୟ ବାହାରେ ବି ପରିଚିତ କରାଇପାରିଥିଲା। ଏହା ଛଡା ସେ ଅନେକ ହିଟ୍‌ ଗୀତରେ କାମ କରିଥିଲେ। ସେ ବିଭିନ୍ନ ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମରେ ଅତିଥି ଓ ନୃତ୍ୟ ପରିବେଷଣ କରି ଦର୍ଶକ ମନକୁ ଜିତି ପାରିଥିଲେ।

Comment