ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍‌ର ‘ଆଜିର ବଡ଼ ଖବର’।

ପ୍ରଧାନମନ୍ତ୍ରୀଙ୍କ ବାରିପଦା ଗସ୍ତ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରିପଦା ଗସ୍ତରେ ଆସୁଛନ୍ତି। ୧୨ଦିନ ବ୍ୟବଧାନରେ ପ୍ରଧାନମନ୍ତ୍ରୀ ପୁଣିଥରେ ଓଡ଼ିଶା ଗସ୍ତ କରୁଛନ୍ତି। ଆଦିବାସୀ ଅଧ୍ୟୁଷିତ ମୟୁରଭଞ୍ଜ ଜିଲ୍ଲା ମୁଖ୍ୟାଳୟରୁ ସରକାରୀ କାର୍ଯ୍ୟକ୍ରମ ଅବସରରେ ଏକ ବିଶାଳ ସମାବେଶକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ।

କେବଳ ରାଜନୀତି ନୁହେଁ ବ୍ୟାଡମିଣ୍ଟନରେ ବି ଦମଦାର ଖେଳାଳି ମମତା, ଭିଡିଓ ଭାଇରାଲ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେବଳ ରାଜନୀତିରେ ନୁହେଁ ଖେଳରେ ମଧ୍ୟ ଅଭିଜ୍ଞତା ରଖିଛନ୍ତି। ୬୩ ବର୍ଷ ବୟସରେ ମମତାଙ୍କୁ ବ୍ୟାଡମିଣ୍ଟନ ଖେଳୁଥିବାର ଦେଖାଯାଇଛି। ମମତା ନିଜେ ତାଙ୍କ ଅଫିସିଆଲ ଟୁଇଟର ଆକାଉଣ୍ଟରେ ବ୍ୟାଡମିଣ୍ଟନ ଖେଳୁଥିବା ସମୟର ଏକ ଭିଡିଓ ଶେୟାର କରିଛନ୍ତି।

ସିମରନ୍‌ଙ୍କ ସ୍ୱାମୀଙ୍କୁ ଜେରା

ସମ୍ବଲପୁରୀ ଅଭିନେତ୍ରୀ ସିମରନ୍‌ଙ୍କ  ମୃତ୍ୟୁ ପରେ ସନ୍ଦେହ ବଢିବାରେ ଲାଗିଛି। ସିମରନଙ୍କ ସ୍ୱାମୀଙ୍କୁ ପୋଲିସ ଜେରା କରୁଛି। ସିମରନ୍‌ଙ୍କ ସ୍ୱାମୀ ଧ୍ରୁବରାଜଙ୍କୁ ଗିରଫ କରିଥିଲା ବଲାଙ୍ଗିର ବେଲପଡ଼ା ପୋଲିସ। ପୋକ୍ସୋ ଆଇନ ଅନୁସାରେ ଧ୍ରୁବରାଜଙ୍କ ନାଁରେ ମାମଲା ରୁଜୁ ହୋଇଛି।

କୌରବମାନେ ଥିଲେ ଟେଷ୍ଟ୍ ଟ୍ୟୁବ୍‌ ବେବି – ଆନ୍ଧ୍ର ବିଶ୍ୱବିଦ୍ୟାଳୟ କୁଳପତି

କୌରବମାନେ ଥିଲେ ଟେଷ୍ଟ୍ ଟ୍ୟୁବ୍‌ ବେବି। ନିକଟରେ ଏଭଳି ଏକ ବୟାନ ଦେଇ ବିବାଦରେ ଫସିଛନ୍ତି ଆନ୍ଧ୍ର ବିଶ୍ୱବିଦ୍ୟାଳୟ କୁଳପତି ବିସି ଜି ନାଗେଶ୍ୱର ରାଓ। ସେ କହିଛନ୍ତି, “ଟେଷ୍ଟ୍ ଟ୍ୟୁବ୍‌ ବେବି ଏବଂ ମିସାଇଲ୍‌ର ବ୍ୟବହାର ଦେଶରେ ହଜାର ହଜାର ବର୍ଷ ତଳୁ ଆରମ୍ଭ ହୋଇଥିଲା।”

ଓଡ଼ିଶା ପୂର୍ବରୁ ଛାଡ଼ଖଣ୍ଡରେ ମୋଦିଙ୍କ ରାଲି

ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିର୍ବାଚନୀ ପ୍ରଚାର ପ୍ରସାର ଆରମ୍ଭ କରିଦେଇଛନ୍ତି। ତେଣୁ ଜାନୁଆରୀ ୫ରେ ମୋଦି ଓଡ଼ିଶା ଆସିବା ସହିତ ଝାରଖଣ୍ଡ ଗସ୍ତ କରୁଛନ୍ତି।

ପୁରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପୁରୀ ତାଳବଣିଆ ପଡ଼ିଆରେ କିଛି ସମୟ ପୂର୍ବରୁ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅନେକ ସଂଖ୍ୟାରେ ମହିଳା ଏଠାରେ ସାମିଲ ହୋଇଛନ୍ତି। ମିଶନ ଶକ୍ତି ମହାସମାବେଶରେ ପାଖାପାଖି ୬୦ହଜାରରୁ ଅଧିକ ମହିଳା ଉପସ୍ଥିତ ଅଛନ୍ତି। ପୁରୀରେ ରାଜ୍ୟସ୍ତରୀୟ ମିଶନ ଶକ୍ତି ମହାସମାବେଶ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

ବାରିପଦାରେ ମୋଦି – ୪,୫୦୦ କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଓ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ବାରିପଦା ଗସ୍ତରେ ଆସିଛନ୍ତି। ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ମୋଦି ଆସି ବାରିପଦା ସରକାରୀ ହାଇସ୍କୁଲ ପଡ଼ିଆରେ ମୋଦି ପହଞ୍ଚି ୪ ହଜାର ୫୦୦ କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଏବଂ ଉଦଘାଟନ କରିଛନ୍ତି।

ବାରିପଦା ଛଉ ପଡ଼ିଆରେ ଗର୍ଜିଲେ ମୋଦି – ପଢ଼ନ୍ତୁ ପୂରା ଭାଷଣ

ବାରିପଦା ଛଉ ପଡ଼ିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶାଳ ଜନସମାବେଶକୁ ଉଦବୋଧନ ଦେଇଛନ୍ତି। ଓଡ଼ିଆ ଏବଂ ସାନ୍ତାଳୀ ଭାଷାରେ ଭାଷଣ ଦେଇ ମୋଦି ବାରିପଦାରେ ଆଦିବାସୀ ଭୋଟରଙ୍କ ମନ ଜିଣିଛନ୍ତି।

ରବିବାରଠୁ ୧୫ ତାରିଖ ଯାଏଁ ଭିତରକନିକା ବନ୍ଦ, ପକ୍ଷୀ ଓ କୁମ୍ଭୀର ଗଣନା କରିବ ବନ ବିଭାଗ

ରବିବାରଠାରୁ ଭିତରକନିକା ଅଭୟାରଣ୍ୟ ମଧ୍ୟକୁ ପର୍ଯ୍ୟଟକମାନଙ୍କ ପ୍ରବେଶକୁ ବାରଣ କରାଯାଇଛି। ୬ ତାରିଖରୁ ୧୫ ତାରିଖ ଯାଏଁ ଏହି କଟକଣା ବଳବତ୍ତର ରହିବ। ରବିବାରଠୁ ଭିତରକନିକା ଓ ଏହାର ଆଖପାଖ ଅଞ୍ଚଳରେ ବିଦେଶୀ ପକ୍ଷୀ ଗଣନା କରାଯିବାକୁ ଥିବା ବେଳେ ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ବଉଳା କୁମ୍ଭୀର ଗଣନା କରାଯିବ।

ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁକୁ ନେଇ ବଢ଼ିଲା ସସ୍‌ପେନ୍ସ – ହତ୍ୟା ନା ଆତ୍ମହତ୍ୟା?

ସେଲ୍‌ଫି ବେବୋଙ୍କ ପରେ ଏସିପି ନିକିତା। ନୂଆ ବର୍ଷ ଆରମ୍ଭରୁ ଦୁଇ ଦୁଇ ଜଣ ଅଭିନେତ୍ରୀଙ୍କ ମୃତ୍ୟୁକୁ ନେଇ ଓଲିଉଡ ଜଗତରେ ଖେଳିଯାଇଛି ଶୋକର ଛାୟା। ସେଲ୍‌ଫି ବେବୋଙ୍କ ମୃତ୍ୟୁରେ ପୋଲିସ ତାଙ୍କ ସ୍ୱାମୀକୁ ଗିରଫ କରିଥିବା ବେଳେ ନିକିତାଙ୍କ ମୃତ୍ୟୁ ସସ୍‌ପେନ୍ସ ବଢ଼ାଇଛି।

ପିପିଲି ପୀଡ଼ିତାଙ୍କୁ ନେଇ ତେଜିଲା ରାଜନୀତି – ମୋଦି ମାରିଲେ ବାଣ, ନବୀନ ଦେଲେ ଜବାବ

ପିପିଲି ପୀଡ଼ିତାଙ୍କୁ ନେଇ ଜୋର୍ ଧରିଛି ରାଜନୀତି। ଏହି ପ୍ରସଙ୍ଗକୁ ନେଇ ଆଜି ମୁହାଁମୁହିଁ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପିପିଲି ପୀଡ଼ିତାଙ୍କୁ ରାଜ୍ୟ ସରକାର ନ୍ୟାୟ ଦେବାରେ ବିଫଳ ବୋଲି ମୋଦି କହିବା ପରେ ନବୀନ ଏହାର ଉତ୍ତର ଦେଇଛନ୍ତି। ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ୍ ହୋଇଯାଇଛି।

Comment