ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟ ସରକାରଙ୍କ ମୋ’ ବସ୍‌, ମୋ’ ସାଇକେଲ ସେବା ପରେ ଏବେ ଆରମ୍ଭ ହୋଇଛି ମୋ’ ବାଇକ୍‌ ସେବା। ଏଣିକି ଯଦି କେହି ରାଜଧାନୀ ଭିତରେ ବାଇକ୍‌ରେ କେଉଁଠିକୁ ଯିବାକୁ ଚାହୁଁଛନ୍ତି ତେବେ ଆପଣ ଭଡ଼ାରେ ମଟରସାଇକେଲ ପାଇପାରିବେ।

ଭଡ଼ାରେ ସ୍କୁଟିଠୁ ଆରମ୍ଭ କି ବିଭିନ୍ନ ମଡେଲର ବାଇକ ମଧ୍ୟ ଆପଣ ପାଇପାରିବେ। ଯେତେ ଦାମୀ ଗାଡ଼ି ନେବେ ସେହି ଅନୁସାରେ ଆପଣଙ୍କୁ ଭଡ଼ା ଦେବାକୁ ପଡ଼ିବ।

ଭୁବନେଶ୍ୱରସ୍ଥିତ କୋଲକତ ଏଜେନ୍ସି ସହଯୋଗରେ ଭୁବନେଶ୍ୱର ଆରଟିଓ ଏହି ଯୋଜନାକୁ ଆରମ୍ଭ କରିଛନ୍ତି। ପରିବହନ କମିଶନର ସଞ୍ଜିବ ପଣ୍ଡା ଓ ଭୁବନେଶ୍ୱର ଡିସିପି ଅନୂପ ସାହୁ ଏହି ଯୋଜନାକୁ ଉଦଘାଟନ୍‌ କରିଛନ୍ତି।

ଏହି ସ୍କିମ୍ ଅନୁସାରେ ପ୍ରତି ଘଣ୍ଟା ପିଛା ଭଡ଼ା ୩୬ ଟଙ୍କାରୁ ଆରମ୍ଭ କରି ୧୦୦ ଟଙ୍କା ପର୍ଯ୍ୟନ୍ତ ଅଛି। ସେହିପରି ୫ ଘଣ୍ଟିଆ ପ୍ୟାକେଜର ମୂଲ୍ୟ ୧୮୦ ଟଙ୍କାରୁ ଆରମ୍ଭ କରି ୫୦୦ ଟଙ୍କା ଯାଏ ଅଛି। ତେବେ କେହି ପୂରା ୨୪ ଘଣ୍ଟା ଲାଗି ଗାଡ଼ି ଭଡ଼ାରେ ନେବାକୁ ଚାହାଁନ୍ତି ସେ ବ୍ୟକ୍ତିଙ୍କୁ ୫୩୦ ଟଙ୍କାରୁ ଆରମ୍ଭ କରି ୧୫୦୦ ଟଙ୍କା ଯାଏ ଦେବାକୁ ପଡ଼ିବ।

Comment