ଓଡ଼ିଶାଲାଇଭ୍ ବ୍ୟୁରୋ

ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତିଙ୍କ ହତ୍ୟା ମାମଲାରେ ରାମ ରହିମ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଜାନୁଆରୀ ୧୭ରେ ହେବ ଦଣ୍ଡାଦେଶ ଶୁଣାଣି।

ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତିଙ୍କ ହତ୍ୟା ମାମଲାରେ ଡେରା ସଚ୍ଚା ସୌଦାର ମୁଖ୍ୟ ରାମ ରହିମ ଓରଫ୍ ଗୁରମିତ ସିଂହ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ହତ୍ୟାର ୧୬ ବର୍ଷ ପରେ ପଞ୍ଚକୁଳା ସ୍ୱତନ୍ତ୍ର ସିବିଆଇ କୋର୍ଟ ରାମ ରହିମଙ୍କୁ ଦୋଷୀ ସାବ୍ୟସ୍ତ କରି ଏହି ରାୟ ଶୁଣାଇଛନ୍ତି। ରାମ ରହିମଙ୍କ ସହିତ ଅନ୍ୟ ତିନି ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ତେବେ ଜାନୁଆରୀ ୧୭ରେ ଦଣ୍ଡାଦେଶ ଶୁଣାଣି ହେବ।

ରୋହତକ ଜେଲରେ ବନ୍ଦୀ ଜୀବନ କାଟୁଥିବା ରାମ ରହିମଙ୍କୁ ଭିଡଓ କନଫରେନ୍ସିଂ ଜରିଆରେ କୋର୍ଟରେ ହାଜର କରାଯାଇଥିଲା। ଶୁଣାଣିଙ୍କୁ ଦୃଷ୍ଟିରେ କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ଏନେଇ ପଞ୍ଜାବ ଓ ହରିଆଣା ପୋଲିସକୁ ଆଲର୍ଟ ଜାରି କରାଯାଇଥିଲା।

କୋର୍ଟରେ ରାମ ରହିମଙ୍କ କିପରି ହାଜର କରାଯିବ ସେନେଇ ପୋଲିସ ଚିନ୍ତାରେ ରହିଥିଲା। ପରବର୍ତ୍ତୀ ସମୟରେ ଭିଡିଓ କନଫରେନ୍ସିଂ ଜରିଆରେ ତାଙ୍କୁ ହାଜର କରିବାକୁ ନିଷ୍ପତ୍ତି ହୋଇଥିଲା।

ପୋଲସର ଡର ଥିଲା ଯଦି ରାମ ରହିମଙ୍କୁ କୋର୍ଟରେ ହାଜର କରାଯାଏ ତେବେ ଡେରା ସମର୍ଥକମାନେ କୌଣସି ପ୍ରକାର ଆକ୍ରମଣ କରିପାରନ୍ତି।

କ’ଣ ଥିଲା ମାମଲା?

ସମ୍ବାଦିକ ରାମଚନ୍ଦ୍ର ଛତ୍ରପତି ହତ୍ୟାକାଣ୍ଡ ୧୬ ବର୍ଷ ପୁରୁଣା ମାମଲା। ୨୦୦୨ରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା ରାମଚନ୍ଦ୍ର ଛତ୍ରପତି ଲଗାତର ତାଙ୍କ ସମ୍ବାଦପତ୍ରରେ ରାମ ରହିମଙ୍କ ଆଶ୍ରମରେ ବିଷୟରେ ଛାପୁଥିଲେ। ଆଶ୍ରମରେ ଅନୈତିକ କାର୍ଯ୍ୟ ହେଉଥିବା ସେ ସମ୍ବାଦପତ୍ରରେ ଲେଖୁଥିଲେ। ଯେଉଁଥିପାଇଁ ତାଙ୍କୁ ହତ୍ୟା କରାଯାଇଥିଲା।

୨୦୦୩ରେ ରାମଚନ୍ଦ୍ରଙ୍କ ପରିବାର ତାଙ୍କ ହତ୍ୟାକୁ ନେଇ ଏକ ମାମଲା କୋର୍ଟରେ ଦାଖଲ କରିଥିଲେ। ପରିବାର ଲୋକଙ୍କ ଆବେଦନ ପରେ କୋର୍ଟ ଏହାର ଯାଞ୍ଚ କରିବାକୁ ମାମଲାକୁ ସିବିଆଇକୁ ଦେଇଥିଲେ। ୨୦୦୭ରେ ସିବିଆଇ ରାମ ରହିମଙ୍କୁ ଏହି ହତ୍ୟାକାଣ୍ଡର ଚକ୍ରାନ୍ତ କରିଥିବା ମାନି ନେଇଥିଲେ। ଏନେଇ କୋର୍ଟରେ ସିବିଆଇ ଏକ ଚାର୍ଜସିଟ ଦାଖଲ କରିଥିଲା।

Comment