ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜଳେଶ୍ୱର-ଦୀଘା ରେଳଲାଇନ୍‌ ନିର୍ମାଣ ନେଇ କେନ୍ଦ୍ର ରେଳମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ଚିଠି ଲେଖିଛନ୍ତି ନବୀନ ପଟ୍ଟନାୟକ।

କେନ୍ଦ୍ର ରେଳମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି। ଜଳେଶ୍ୱର- ଦୀଘା ରେଳଲାଇନ୍‌ ନିର୍ମାଣ ନେଇ ପିୟୂଷ ଗୋଏଲଙ୍କୁ ଚିଠି ଲେଖିଛନ୍ତି ନବୀନ। ଦୀର୍ଘ ୭ ବର୍ଷ ଧରି ରେଳଲାଇନ ନିର୍ମାଣ ପ୍ରସ୍ତାବ ଅଟକି ରହିଥିବା ଚିଠିରେ ଲେଖିଛନ୍ତି।

ପ୍ରକଳ୍ପର ୭ କିଲୋମିଟର ପଶ୍ଚିମବଙ୍ଗରେ ରହିଥିଲାବେଳେ ୩୪ କିଲୋମିଟର ବାଲେଶ୍ୱର ଜିଲ୍ଲାରେ ରହିଛି। ତୁରନ୍ତ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବାକୁ ଗୋଏଲଙ୍କୁ ଚିଠି ଜରିଆରେ ଅନୁରୋଧ କରିଛନ୍ତି ନବୀନ।

୪୧ କିଲୋମିଟରର ଏହି ରେଳଲାଇନ୍‌ ପ୍ରକଳ୍ପ ପାଇଁ ରେଳ ମନ୍ତ୍ରାଳୟ ପକ୍ଷରୁ ୨୦୧୧- ୧୨ରେ ମଞ୍ଜୁରି ମିଳିଥିଲା। ଦୀର୍ଘ ୭ ବର୍ଷ ହେଲା ମଞ୍ଜୁରି ମିଳିଥିଲେ ବି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ। ତେଣୁ ରେଳମନ୍ତ୍ରୀ ଏ ଦିଗରେ ପଦକ୍ଷେପ ନିଅନ୍ତୁ ବୋଲି ନବୀନ ଚିଠିରେ ଦର୍ଶାଇଛନ୍ତି।

Comment