ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତରେ ଧନୀ ଦିନକୁ ଦିନ ଧନୀ ହେବାରେ ଲାଗିଛନ୍ତି। ଓକ୍ସଫାମ୍ ରିପୋର୍ଟ ଅନୁସାରେ ଭାରତର ୯ ଜଣ କୋଟିପତିଙ୍କ ପାଖରେ ୫୦ ପ୍ରତିଶତ ଲୋକଙ୍କଠାରୁ ଅଧିକ ସମ୍ପତ୍ତି ରହିଛି। ଦେଶରେ ଥିବା କୋଟିପତିଙ୍କ ସମ୍ପତ୍ତି ୨୦୧୮ରେ ପ୍ରତିଦିନ ୨୨୦୦ କୋଟି ବୃଦ୍ଧି ହେଉଛି। ଭାରତର ଜନସଂଖ୍ୟାର ମୋଟ୍ ଏକ ପ୍ରତିଶତ ଲୋକଙ୍କ ସମ୍ପତ୍ତି ଗତବର୍ଷ ୩୯ ପ୍ରତିଶତ ଅନୁସାରେ ବୃଦ୍ଧି ପାଇଛି।

ଦାଭୋସରେ ବିଶ୍ୱ ଆର୍ଥିକ ମଞ୍ଚ (ଡବ୍ଲ୍ୟୁଇଏଫ୍)ର ବାର୍ଷିକ ଅଧିବେଶରେ ଧନୀ ତାଲିକାଙ୍କ ରିପୋର୍ଟ  ଜାରି ହୋଇଛି। ବିଶ୍ୱବ୍ୟାପି ଧନୀଙ୍କ ସମ୍ପତ୍ତି ୨୦୧୮ରେ ପ୍ରତିଦିନ ୧୨ ପ୍ରତିଶତ ବୃଦ୍ଧି ହୋଇଥିଲାବେଳେ ଜନସଂଖ୍ୟାର ୫୦ ପ୍ରତିଶତ ଗରିବ ଲୋକଙ୍କ ସମ୍ପତ୍ତି ୧୧ ପ୍ରତିଶତ ହ୍ରାସ ପାଇଛି।

ରିପୋର୍ଟ ଅନୁସାରେ ଦେଶର ଜନସଂଖ୍ୟାର ୧୦ ପ୍ରତିଶତ ଲୋକ ଗରିବ ଅଛନ୍ତି। ଏମାନେ ଏବେବି ଋଣଗ୍ରସ୍ତ ଅଛନ୍ତି। ସେହିପରି ବିଶ୍ୱର ପାଖାପାଖି ୨୬ ଜଣ କୋଟିପତି ଏମିତି ଅଛନ୍ତି, ଯେଉଁମାନଙ୍କ ପାଖରେ ୩.୮ ବିଲିୟନ୍ ଲୋକଙ୍କଠାରୁ ଅଧିକ ସମ୍ପତ୍ତି ରହିଛି। ରିପୋର୍ଟ ଅନୁସାରେ ୨୦୧୮ରୁ ୨୦୨୨ ମଧ୍ୟରେ ଭାରତରେ ପ୍ରତିଦିନ ୭୦ ଜଣ ଲୋକ ଧନୀ ହେବେ। ଗତବର୍ଷ ଅର୍ଥାତ୍ ୨୦୧୮ରେ ପାଖାପାଖି ୧୮ ଜଣ ଆରବପତି ଥିଲେ। ଏହାସହିତ ଆରବପତିଙ୍କ ସଂଖ୍ୟା ବଢ଼ି ୧୧୯ ହୋଇଥିଲା। ସେମାନଙ୍କ ସମ୍ପତ୍ତି ୨୮ ଲକ୍ଷ କୋଟି ଟପିଛି।

Comment