ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲୋକପ୍ରିୟ ଓଡ଼ିଆ ଅଭିନେତା ମନୋଜ ମିଶ୍ରଙ୍କୁ ସ୍ୱାଇନ୍‌ ଫ୍ଲୁ। ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନରେ ସେ ଚିକିତ୍ସିତ ହେଉଛନ୍ତି। ଛାତିରେ ଯନ୍ତ୍ରଣା ତଥା ନିଶ୍ୱାସ ନେବାରେ ଅସୁବିଧା ହେବାରୁ ଗତ ଜାନୁଆରୀ ୨ରେ ଭୁବନେଶ୍ୱରର ଆଦିତ୍ୟ କେୟାର ହସ୍ପିଟାଲରେ ମନୋଜ ଭର୍ତ୍ତି ହୋଇଥିଲେ। ବର୍ତ୍ତମାନ ତାଙ୍କୁ ସ୍ୱାଇନ୍‌ ଫ୍ଲୁ ହୋଇଥିବାର ସୂଚନା ମିଳିଛି।

ମନୋଜଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ  ଭଲ ଅଛି। ଦିନେ ଦୁଇଦିନ ମଧ୍ୟରେ ସେ ହସ୍ପିଟାଲରୁ ଡିସ୍‌ଚାର୍ଜ ହେବେ ବୋଲି ମନୋଜଙ୍କ ବନ୍ଧୁ ତଥା ବଲିଉଡ ଓଡ଼ିଆ ଆସୋସିଏସନ୍‌ର ସମ୍ପାଦକ ସଂଜୟ ମହାକୁଡ କହିଛନ୍ତି।

ମନୋଜ ମିଶ୍ର ହେଉଛନ୍ତି ଜାତୀୟ ଡ୍ରାମା ସ୍କୁଲର ପୁରାତନ ଛାତ୍ର। ବର୍ତ୍ତମାନ ମନୋଜ ନିଜ ଆଗାମୀ ଓଡ଼ିଆ ଫିଲ୍ମ ‘ପାଟଣାଗଡ଼’ରେ ଅଭିନୟ କରୁଛନ୍ତି। ଏହି ଫିଲ୍ମ ପାଟଣାଗଡ଼ରେ ବିବାହ ସମୟରେ ହୋଇଥିବା ପାର୍ସଲ ବମ୍‌ ବ୍ଲାଷ୍ଟର ସତ କାହାଣୀ ଉପରେ ଆଧାରିତ। ମନୋଜ ଏହି ଫିଲ୍ମରେ ପୁଞ୍ଜିଲାଲ୍‌ ମେହେର ଭୂମିକାରେ ନଜର ଆସିବେ।

Comment